Home > ସଂମ୍ପୂର୍ଣ୍ଣ ଖବର
ଲାଂଚ ମାଗି ନିଲମ୍ବିତ ହେଲେ ହାବିଲଦାର
Khabar Odisha:state-odisha-kantabanjhi-police-station-habildar-sankirtan-patel-suspended-after-taking-bribe
ବଲାଙ୍ଗିର, ଅକ୍ଟୋବର ୦୯(ଖବର ଓଡିଶା):

ଲାଂଚ ମାଗିବା ଜଣେ ହାବିଲଦାରଙ୍କୁ ମହଙ୍ଗା ପଡିଛି । ଲାଂଚ ମଗା ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି ।

ସୂଚନାନୁସାରେ, ଆଜି ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜୀ ଥାନାର ସଂକୀର୍ତନ ପଟେଲ ନାମକ ଜଣେ ହାବିଲଦାରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ଏକ ଟ୍ରକ ଚାଳକଙ୍କୁ ଲାଂଚ ମାଗୁଥିଲେ । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା ।

ଖବର ପ୍ରକାଶ ପାଇବା ପରେ ପୋଲିସ ଡିଆଇଜି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସଂପୃକ୍ତ ହାବିଲଦାରଙ୍କୁ ନିଲମ୍ବନ କରାଯାଇଛି । ମୋ ସରକାରର ସଫଳ ରୂପାୟନ ଭାବେ ହାବିଲଦାରଙ୍କୁ ନିଲମ୍ବନ କରାଯାଇଥିଲା ପୋଲିସ ଡିଜି କହିଛନ୍ତି ।

  • Tags: