Home > ସଂମ୍ପୂର୍ଣ୍ଣ ଖବର
ମାଲିପଡା ହାଟରେ ଗୁଳିକାଣ୍ଡ, ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ
Khabar Odisha:state-odisha-mao-attack
କଳାହାଣ୍ଡି, ଜୁଲାଇ ୨୧ (ଖବର ଓଡିଶା) :

କଳାହାଣ୍ଡିରେ ବିଜେପୁର ଥାନା ମାଲିପଡା ହାଟରେ ଏକ ଗୁଳିକାଣ୍ଡ ହୋଇଛି । ଗୁଳିମାଡରେ ରାଜେନ୍ଦ୍ର ସାହୁ ନାମକ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ମୃତକ ରାଜେନ୍ଦ୍ରଙ୍କ ଘର ବରପଦର । ସେମାନେ ମାଓବାଦୀ ଭୟରେ ଭବାନୀପାଟଣାରେ ରହୁଥିଲେ । ମାଓବାଦୀମାନେ ତାଙ୍କୁ ହତ୍ୟାଧମକ ଦେଇଥିଲେ ଏବଂ ତାଙ୍କର ଠିକା କାମ କରୁଥିବା ସାମଗ୍ରୀ ପୋଡି ଦେଇଥିଲେ । ତେବେ ରାଜେନ୍ଦ୍ର ଆଜି ଘରକୁ ଆସି ହାଟରୁ ପରିବା କିଣିବା ବେଳେ ଗୁଳିମାଡର ଶୀକାର ହୋଇଥିଲେ । ମୃତ ଦେହ ପାଖରେ ଏକ ମାଓପୋଷ୍ଟର ପଡିଥିଲା । ତେଣୁ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି ।