Home > ସଂମ୍ପୂର୍ଣ୍ଣ ଖବର
ନେପାଳ ବସ ଦୁର୍ଘଟଣାରେ ୨ଓଡିଆଙ୍କ ମୃତ୍ୟୁ ଘଟଣା: ପୈତୃକ ଗ୍ରାମରେ ପହଁଚିଲା ଜଣଙ୍କର ମୃତଦେହ
Khabar Odisha:state-odisha-one-dead-body-returned-from-nepal-to-odisha-bus-accident-two-died
ପିପିଲି, ଜୁନ ୧୩(ଖବର ଓଡିଶା):

ନେପାଳ ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ଜଣ ଓଡିଆଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତଦେହ ଓଡିଶା ଆସି ପହଁଚିଛି । ବିଜୟ ଜେନାଙ୍କ ମୃତଦେହ ଆଜି ତାଙ୍କ ପୈତୃକ ଗ୍ରାମ ପିପିଲିର ଯମୁନାରେ ଆସି ପହଁଚିଛି । ମୃତଦେହ ପହଁଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ଗତ ୧୦ ତାରିଖରେ ନେପାଳରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସରେ ପ୍ରାୟ ୬୦ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ପ୍ରାଣ ହରାଇଥିଲା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ୨ଜଣ ମୃତକ ଓଡିଆ ହୋଇଥିବା ସୂଚନା ମିଳିଥିଲା ।  ମୃତକ ଦ୍ୱୟ ଜଟଣୀର ବିଜୟ ଜେନା ଏବଂ ଖୋର୍ଧା ମଳିପଡାର ଚରଣ ବିଶ୍ୱାଳ ବୋଲି ଜଣାପଡିଥିଲା ।  

ଏହାପରେ ଭାରତ ସରକାରଙ୍କ ତରଫରୁ ୨ ଓଡିଆଙ୍କ ମୃତଦେହକୁ ପୋଷ୍ଟମଟର୍ମ କରିବା ସହ ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲା । ଶେଷରେ ଆଜି ବିଜୟଙ୍କ ମୃତଦେହ ତାଙ୍କର ପୈତୃକ ଗ୍ରାମ ପିପିଲିର ଯମୁନାରେ ଆସି ପହଁଚିଛି । ତେବେ ଅନ୍ୟଜଣଙ୍କର ମୃତଦେହ ଏଯାବତ ପହଁଚି ପାରିନାହିଁ ।

  • Tags: