Home > ସଂମ୍ପୂର୍ଣ୍ଣ ଖବର
ବିଧାୟକ ସରୋଜ ମେହେର ଅସୁସ୍ଥ, ମେଡିକାଲରେ ଭର୍ତି
Khabar Odisha:state-odisha-patnagarh-bjd-mla-admitted-to-medical-from-jail
ପାଟଣାଗଡ, ଜୁନ ୨୫(ଖବର ଓଡିଶା):

ଗତକାଲି ଗିରଫ ହୋଇଥିବା ପାଟଣାଗଡ ବିଧାୟକ ସରୋଜ ମେହେର ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ତାଙ୍କୁ ପାଟଣାଗଡ ମେଡିକାଲରେ ଭର୍ତି କରାଯାଇଛି ।

ବହୁ ଚର୍ଚ୍ଚିତ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ମାମଲାରେ ଗତକାଲି ସରୋଜ ଗିରଫ ହୋଇଥିଲେ  । ପ୍ରଥମେ ଅଟକ ରଖାଯିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣଗଡ ଉପକାରାଗାରକୁ ପଠାଯାଇଥିଲା । ତେବେ ଆଜି ଜେଲରେ ସେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ତାଙ୍କୁ ପାଟଣାଗଡ ମେଡିକାଲରେ ଭର୍ତି କରାଯାଇଛି ।

  • Tags: