Home > ସଂମ୍ପୂର୍ଣ୍ଣ ଖବର
୭ଟା ୧୫ ସୁଧା ଏହି ସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା
Khabar Odisha:state-odisha-rain-in-15-districts-in-odisha-till-7-15-pm
ଭୁବନେଶ୍ୱର, ଅକ୍ଟୋବର ୦୯(ଖବର ଓଡିଶା):

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଏହା ସହ ଆଜି ୧୫ଟି ଜିଲ୍ଲାରେ ରାତି ୭ଟା ୧୫ମିନିଟ ସୁଦ୍ଧା ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି । ଏନେଇ ସତର୍କ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର।

ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଛି । ତେଣୁ ରାତି ୭ଟା ୧୫ ଯାଏଁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ଓ ବଜ୍ରପାତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ରାୟଗଡା, କନ୍ଧମାଳ, କେନ୍ଦ୍ରାପଡା, ଦେବଗଡ, ମୟୂରଭଞ୍ଜ, କଟକ, ଗଂଜାମ ଓ ଗଜପତି। ଏହି ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

  • Tags: