Home > ସଂମ୍ପୂର୍ଣ୍ଣ ଖବର
ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା: ୩ ରେଳ କର୍ମଚାରୀ ମୃତ, କର୍ତ୍ତବ୍ୟରେ ଅବହେଳା ପାଇଁ ୩ ସସପେଣ୍ଡ
Khabar Odisha:state-odisha-three-station-master-suspend-for-samaleswari-express-accident-three-railway-worker-died
ରାୟଗଡା, ଜୁନ ୨୫(ଖବର ଓଡିଶା):

ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ମାମଲାକୁ ଗୁରୁତର ସହ ନେଇଛି ରେଳ ବିଭାଗ । କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାକୁ ବିଭାଗ ୩ଜଣ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରିଛି ।

ଆଜି ଅପରାହ୍ନ ୫ଟାରେ ସମଲେଶ୍ୱରୀ ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇ ଆଉ ଏକ ଟାୱାର କାରକୁ ଧକ୍କା ଦେଇଥିଲା । ଏହାସହ ଟ୍ରେନରେ ନିଆଁ ମଧ୍ୟ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ତିନିଜଣ ମେଂଟେନାନ୍ସ ଇଂଜିନିୟର ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣା ପାଇଁ କର୍ତ୍ୟବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ତିନିଜଣ ଷ୍ଟେସନମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି । ସିଙ୍ଗାପୁର, କେଉଟଗୁଡା ଏବଂ ସିଙ୍ଗାପୁର ଏ ଷ୍ଟେସନ ମାଷ୍ଟରଙ୍କୁ ରେଳବିଭାଗ ସସପେଣ୍ଡ କରିଛି ।

ଯାତ୍ରୀଙ୍କର ହୋଇନାହିଁ କ୍ଷତି

ଦୁର୍ଘଟଣାରେ କୌଣସୀ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ରେଳବାଇ କହିଛି । ନିଆଁ ଲାଗଥିବା ଇଂଜିନକୁ ବଗିରୁ ଅଲଗା କରାଯାଇଛି । ଏଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବିଭାଗ ତରଫରୁ କୁହାଯାଇଛି । ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ପ୍ରାଣ ହରାଇଲେ ୩ ରେଳ କର୍ମଚାରୀ

ତିନିଜଣ ରେଳବାଇ କର୍ମଚାରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏମାନେ ମେଂଟେନାନ୍ସ ଇଂଜିନରେ ଥିବା ବେଳେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ଏହି ତିନିଜଣ ପ୍ରାଣ ହରାଇଥିଲେ  । ମୃତକମାନେ ହେଉଛନ୍ତି ଟାୱାର କାର ଟେକନିସିଆନ ସୁରେଶ, ବରିଷ୍ଠ ସେକ୍ସନ ଇଂଜିନିୟର ସାଗର ଏବଂ ରାୟଗଡାର ଇଲେକ୍ଟ୍ରିକାଲ ଟେକନିସିଆନ ଗୌରୀ ନାଇଡୁ ।

  • Tags: