Home > ସଂମ୍ପୂର୍ଣ୍ଣ ଖବର
ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଗ୍ରହଣ, ଭୋଟ ଦେଲେ ୩ ପ୍ରାର୍ଥୀ
Khabar Odisha:state-political-odisha-bijepur-election-update
ବିଜେପୁର, ଅକ୍ଟୋବର ୨୧ (ଖବର ଓଡିଶା) :

 ବିଜେପୁର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଗ୍ରହଣ ପ୍ରକ୍ରିୟା ଜାର ରହିଛି। ଅପରାହଣ ୫ଟା ଯାଏଁ ମତଦାନ ଚାଲିବ। ଭୋଟରମାନେ ବହୁ ଉତ୍କଣ୍ଠାର ସହ ଭୋଟ ଦେଇ ନିଜର ମାନବଧିକାର ସାବ୍ୟସ୍ତ କରିଛନ୍ତି। ତେବେ ଏହି ମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଭୋଟ ଦେବାକୁ ପହଁଚିଛନ୍ତି। ଭିନ୍ନ ଭିନ୍ନ ବୁଥରେ ଆସି ସେମାନେ ମତଦାନ ସାବ୍ୟସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ କର୍ମୀଙ୍କ ଗହଣରେ ଆସି ଭୋଟ ଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଓ ବିଜେପି ପ୍ରାର୍ତୀ ସନତ ଗଡତିଆ ଶାନ୍ତି ଶୃଙ୍ଖଳାର ସହ ଆସି ମତସାବ୍ୟସ୍ତ କରିଛନ୍ତି।  

ଏନେଇ ସନତ ଗଡତିଆ କହିଛନ୍ତି କି, ଲୋକମାନେ ଭୋଟଗ୍ରହଣକୁ ନେଇ ଉତ୍ସାହିତ ଅଛନ୍ତି। ଶାନ୍ତି ଶୃଙ୍ଖଳାରେ ଭୋଟିଂ ହେଉଛି। ତେବେ ସେ ବିଜୟୀ ହେବେ ବୋଲି ଆଶାବାଦୀ ଅଛନ୍ତି। ସେହି ସମୟରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା କହିଛନ୍ତି କି, ଲୋକମାନେ ତାଙ୍କର ସୁଚିନ୍ତିତ ଭୋଟ ଦିଅନ୍ତୁ। ଲୋକତନ୍ତ୍ରରେ ସାମିଲ ହୁଅନ୍ତୁ। 

ସେହି ସମୟରେ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରୁଖୁରରେ ଭୋଟ ଗ୍ରହଣ ପ୍ରକ୍ରିୟା କିଭଳି ହୋଇ ପାରିବ ସେଥିପାଇଁ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନିସପେକ୍ଟର, ୧୧୩ ଏଏସଆଇ ମୁତୟନ ହୋଇଛନ୍ତି।