Home > ସଂମ୍ପୂର୍ଣ୍ଣ ଖବର
ଥାଇଲ୍ୟାଣ୍ଡ: ବୌଦ୍ଧ ଭିକ୍ଷୁଙ୍କୁ ମିଳିଲା ୧୧୪ ବର୍ଷ କାରାଦଣ୍ଡ
Khabar Odisha:thailand-buddhist-monk-sentenced-for-a-jail-term-of-114-years
ବ୍ୟାଙ୍କକ୍, ଅଗଷ୍ଟ ୧୦ (ଖବର ଓଡିଶା):

ଥାଇଲ୍ୟାଣ୍ଡର ଏକ ଅଦାଲତରେ ଆମେରିକାରୁ ପ୍ରତ୍ୟାର୍ପଣ ହେବାର ପ୍ରାୟ ଏକ ବର୍ଷରୁ ଅଧିକ ସମୟ ପରେ ଆଜି ଜଣେ ବୌଦ୍ଧ ଭିକ୍ଷୁଙ୍କୁ ୧୧୪ବର୍ଷର କାରାଦଣ୍ଡ ଶୁଣା ଯାଇଛି । ବିରାଫୋନ ସୁକଫୋନ ୨୦୧୩ରେ ଏକ ବେସରକାରୀ ଜେଟରେ ଡିଜାଇନର ଏବିଏଟର ଚଷମା ପିନ୍ଧି ଏବଂ ଲୁଇ ଭ୍ୟୁଟନ ବ୍ୟାଗ ଧରି ଏକ ଫଟୋ ସହ ଚର୍ଚ୍ଚାରେ ଆସିଥିଲେ ।

୩୯ବର୍ଷୀୟ ସୁକଫୋନ ଆମେରିକା ପଳାୟନ କରିଥିଲା କିନ୍ତୁ ନାବାଳିକ ସହ ବଳାତ୍କାର ଏବଂ ଦାନ ଦେଉଥିବା ଲୋକଙ୍କୁ ଧୋକା ଦେବା ଅଭିଯୋଗରେ ଅାମେରିକା ସୁକଫୋନଙ୍କୁ ଥାଇଲାଣ୍ଡକୁ ପ୍ରତ୍ୟାର୍ପଣ କରିଥିଲା। ଦାନ ଦାତାମାନେ ତାକୁ ଦୁନିଆର ସବୁଠୁ ବଡ ବୌଦ୍ଧ ମୂର୍ତି ପ୍ରତିଷ୍ଠା ପାଇଁ ଦାନ ଦେଇଥିଲେ । କିନ୍ତୁ ସେ ସେହି ଟଙ୍କାରେ ଲଗଜୁରୀ କାର କିଣି ଥିବାର ଏବଂ କେତେକ ବ୍ୟାଙ୍କରେ ୭,୦୦,୦୦୦ଡଲାର ରଖିଥିବାର ସୂଚନା ମିଳିଛି ।

ବ୍ୟାଙ୍କକର ଏକ ଅଦାଲତ ଅଧିକାରୀଙ୍କ କହିବାନୁଯାୟୀ ସୁକଫୋନ କଳାଧନ, ହେରଫେର, ଅନଲାଇନ ଚାନ୍ଦା ଆଦାୟ କରିବା ପାଇଁ କମ୍ପ୍ୟୁଟର କ୍ରାଇମ ଆକ୍ଟ ଉଲଙ୍ଘନ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୧୧୪ ବର୍ଷ ପାଇଁ କାରାଦଣ୍ଡ ଶୁଣା ଯାଇଛି । ଥାଇଲ୍ୟାଣ୍ଡ କାନୁନ ଅନୁସାରେ ସୁକଫୋନ ୨୦ବର୍ଷରୁ ଅଧିକ ବର୍ଷ କାରାଦଣ୍ଡ ଦିଆଯାଇ ପାରିବ ନାହିଁ । ସୁକଫୋନକୁ ୨୯ଜଣ ଦାନା ଦାତାଙ୍କୁ ୮,୬୧,୭୦୦ଡଲାର ଫେରାଇବାକୁ ପଡିବ । ଜଣେ ଓକିଲଙ୍କ କହିବା ଅନୁସାରେ ବଳାତ୍କାର କେସର ଶୁଣାଣୀ ଅକ୍ଟୋବର ମାସରେ ଆସିବାର ସମ୍ଭାବନା ରହିଛି ।

  • Tags: