Home > ସଂମ୍ପୂର୍ଣ୍ଣ ଖବର
୨୦ଟି ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା, ସତର୍କ ରହିବାକୁ ପରାମର୍ଶ
Khabar Odisha:thundersterm-alerts-for-20-districts
ଭୁବନେଶ୍ୱର, ଜୁନ ୧୩ (ଖବର ଓଡ଼ିଶା):

ତତଲା ତାୱାରେ ଭାଜି ହେଉଛି ସାରା ଓଡ଼ିଶା । ଲାଗତର ତିନି ହେବ ହିଟ୍‌ ୱେଭ୍‌ ପରେ ଆଶ୍ୱିସ୍ତି ଆଣିଦେଇଛି ସାମାନ୍ୟ ବର୍ଷା । ଫଳରେ ଲୋକମାନେ ଟିକେ ଶାନ୍ତି ପାଇଛନ୍ତି । ଆଜି  ତଥାପି ୨୦ଟି ଜିଲ୍ଲାରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୨୦ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଅଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି ମୟୂରଭଞ୍ଜ, ନୂଆପଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ବରଗଡ଼, କେନ୍ଦୁଝର, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବାଲେଶ୍ୱର, ପୁରୀ, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର । ଏହି ସମୟ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । 

ଗତ କିଛି ଦିନ ହେବ ରାଜ୍ୟରେ ଅସହ୍ୟ ତାତି ସହିତ ଗୁଳୁଗୁଳି ଅନୂଭତ ହେଉଥିଲା । ତେବେ ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର ଓ ରାଉରକେଲା ଆଦି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଯାଇଛି । ଆଜି ସକାଳେ ମଧ୍ୟ ପାଗ ମେଘୁଆ ରହିଛି । ଫଳରେ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଗତକାଲି ରାଜ୍ୟର ୬ଟି ସହରର ତାପାମାତ୍ରା ୪୫ ଡିଗ୍ରୀ ଉପରେ ଥିଲା ।

  • Tags: