Home > ସଂମ୍ପୂର୍ଣ୍ଣ ଖବର
ବିରୋଧୀଙ୍କ ବିରୋଧରେ ଅଟକିଲା ତିନି ତଲାକ ବିଲ୍, ଗୃହରେ ହୋଇ ପାରିଲା ନାହିଁ ଉପସ୍ଥାପିତ
Khabar Odisha:triple-talaq-bill-now-pushed-to-winter-session
ନୂଆଦିଲ୍ଲୀ, ଅଗଷ୍ଟ୧୦(ଖବର ଓଡ଼ିଶା):

 ରାଜ୍ୟସଭାରେ ସର୍ବସମ୍ମତି ଅଭାବରୁ ମୌସୁମୀ ଅଧିବେଶନର ଅନ୍ତିମ ଦିନରେ  ତିନି ତଲାକ ବିଲ୍ ଗୃହରେ ଉପସ୍ଥାପିତ ହୋଇ ପାରିନାହିଁ। ଶୁକ୍ରବାର ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି ଯେ ଗୃହରେ ଏକତାର ଅଭାବ ରହିଛି ତେଣୁ ଏହି ବିଲ ଆଜି ଉପସ୍ଥାପିତ ହୋଇ ପାରିବ ନାହଁ। ଗୋଟିଏ ଦିନ ପୂର୍ବେ  କେନ୍ଦ୍ରୀୟ କ୍ୟାବିନେଟ୍  ବିଲରେ ସଂଶୋଧନକୁ ମଞ୍ଜୁରୀ ଦେଇଥିଲେ। ଏବେ ଏହି ବିଲକୁ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ। ଏହା ବ୍ୟତୀତ ସରକାରଙ୍କ ପାଖରେ ଏହା ଉପରେ ଅଧ୍ୟାଦେଶ ଆଣିବାର ମଧ୍ୟ ବିକଳ୍ପ ରହିଛି। ବିଶେଷଜ୍ଞଙ୍କ କହିବା କଥା ରାଜ୍ୟସଭାରେ ତିନି  ତଲାକ ବିଲ ଉପସ୍ଥାପିତ କରିବାକୁ ଉଦ୍ୟମ କରିଥିବା ବିଜେପି ପାଖରେ ଏବେ କଂଗ୍ରେସକୁ ଘେରିବାର ସୁଯୋଗ ମିଳି ଯାଇଛି। 

ଏଠାରେ କହିରଖୁଛୁ ଯେ ମୌସୁମୀ ଅଧିବେଶନର ଅନ୍ତିମ  ଦିନରେ  କଂଗ୍ରେସ ସାଂସଦଙ୍କ ହଙ୍ଗାମା କାରଣରୁ ରାଜ୍ୟସଭାର ଗୃହକାର୍ୟୟ ଦୁଇ ଥର ସ୍ଥଗିତ ରଖିବାକୁ ପଡ଼ିଛି। ଅପରାହ୍ନ ୨ଟା ୩୦ରେ ଯେବେ ରାଜ୍ୟସଭାର ଗୃହକାର୍ୟ୍ୟ ଆରମ୍ଭ ହେଲା ଅଧ୍ୟକ୍ଷ ସ୍ପଷ୍ଟ କରି ଦେଇଥିଲେ ଯେ ତିନି ତଲାକ ବିଲ ଆଜି ଗୃହରେ ଉପସ୍ଥାପିତ କରାଯିବ ନାହିଁ। ଯାହା ଫଳରେ ସରକାର ଦ୍ଵାରା ଚଳିତ ଅଧିବେଶନରେ ତିନି ତଲାକ ବିଲକୁ ପାରିତ କରିବାର ଉଦ୍ଦେଶ୍ୟ ଅଧୁରା ରହି ଯାଇଛି। 

ଏହା ପୂର୍ବରୁ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଥିଲେ ଯେ ତିନି ତଲାକ ବିଲକୁ ନେଇ କଂଗ୍ରେସର ଆଭିମୁଖ୍ୟ ପୂରା ସ୍ପଷ୍ଟ ରହିଛି। ମାତ୍ର ଆଜି କଂଗ୍ରେସ ଓ କିଛି ବିରୋଧୀ ଦଳର ନେତା  ରାଫେଲ ବିମାନ ରାଜିନାମାରେ ଅନିୟମିତତାକୁ ନେଇ କେନ୍ଦ୍ର ସରକାର ଜବାର ରଖିବା ଦାବିରେ  ସଂସଦ ପରିସରରେ ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ହଟ୍ଟଗୋଳ କରିଥିଲେ। କଂଗ୍ରେସର ସଦସ୍ୟ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ଅଧ୍ୟକ୍ଷଙ୍କ ସିଟ୍ ପାଖକୁ ଆସି ନାରାବାଜି କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଶୂ୍ନ୍ୟକାଳରେ କଂଗ୍ରେସ ସାଂସଦ କକ୍ଷତ୍ୟାଗ କରିଥିଲେ। 

ସଂଶୋଧିତ ତିନି ତଲାକ ବିଲରେ କଣ ରହିଛି ଖାସ୍...

- ଟ୍ରାଏଲ ପୂର୍ବରୁ ପୀଡିତାଙ୍କ ପକ୍ଷ ଶୁଣି ମାଜିଷ୍ଟ୍ରେଟ୍ ଅଭିଯୁକ୍ତଙ୍କୁ ଜାମିନ ଦେଇ ପାରିବେ। 

- ପୀଡିତା, ପରିଜନ ଓ ରକ୍ତ ସଂପର୍କୀୟ ହିଁ ଏଫଆଇଆର ରୁଜୁ କରି ପାରିବେ।

- ପତି-ପତ୍ନୀଙ୍କ ମଧ୍ୟରେ ସର୍ତ୍ତ ରଖି ବିବାହ କରାଇବାର ଅଧିକାର ମାଜିଷ୍ଟ୍ରେଟଙ୍କ ପାଖରେ ରହିବ।

- ତିନି ତଲାକର ପୀଡିତାଙ୍କୁ କ୍ଷତିପୂରଣ ପାଇବାର ଅଧିକାର ରହିଛି। 

  • Tags: