Home > ସଂମ୍ପୂର୍ଣ୍ଣ ଖବର
ଆତଙ୍କବାଦ ରୋକିବାରେ ବିଫଳ ପାକିସ୍ତାନକୁ ନୂତନ ଝଟକା ଦେଲେ ଟ୍ରମ୍ପ
Khabar Odisha:trump-cracks-down-on-pakistan-u-s-cuts-military-training-programmes
ଓ୍ଵାଶିଂଟନ, ଅଗଷ୍ଟ୧୦(ଖବର ଓଡ଼ିଶା):

ଓ୍ଵାଶିଂଟନ, ଅଗଷ୍ଟ୦୯(ଖବର ଓଡ଼ିଶା): ଆତଙ୍କୀ ସଂଗଠନ ଉପରେ  କାର୍ୟ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ପାକିସ୍ତାନ ଉପରେ ଆମେରିକା ଟ୍ରମ୍ପ ପ୍ରଶାସନର କଠୋର ଆଭିମୁଖ୍ୟ ବଢିବାରେ ଲାଗିଛି। ଚଳିତ ବର୍ଷ ଟ୍ରମ୍ପ ପ୍ରଶାସନ  ପାକିସ୍ତାନକୁ ଆମେରିକାର ସୁରକ୍ଷା ସହଯୋଗ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଏହି ନିଷ୍ପତ୍ତି ଆଧାରରେ ପଦକ୍ଷେପ ନେବା ଆରମ୍ଭ ହୋଇ ଯାଇଛି। 

ରାଇଟର୍ସର ରିପୋର୍ଟ ମୁତାବକ ଟ୍ରମ୍ପ ପ୍ରଶାସନ ପାକିସ୍ତାନୀ ସୈନ୍ୟ ଅଧିକାରୀଙ୍କୁ ଦିଆଯିବାକୁ ଥିବା ପ୍ରଶିକ୍ଷଣ ଓ ଶୈକ୍ଷଣିକ କାର୍ୟ୍ୟକ୍ରମର ଅବଧିକୁ ହ୍ରାସ କରିଛି। ଏଠାରେ କହି ରଖୁଛୁ ଯେ ଭାରତ କ୍ରମାଗତ ପାକିସ୍ତାନ ମାଟିରେ ଆତଙ୍କୀ ସକ୍ରିୟତାକୁ ନେଇ ପଡୋଶୀ ଦେଶକୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ସର୍ବଦା ଏକ୍ସପୋଜ କରି ଆସିଛି। 

କହିବାକୁ ଗଲେ ପାକିସ୍ତାନ ବିରୋଧରେ ଅନ୍ତରାଷ୍ଟ୍ରୀୟ ସମୂହ ଉପରେ ଭାରତର ବଢୁଥିବା ଚାପର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ଆମେରିକା ଅଧିକାରୀଙ୍କ କହିବା କଥା ସୈନ୍ୟ ପ୍ରଶିକ୍ଷଣ ଓ ଶୈକ୍ଷଣିକ କାର୍ୟ୍ୟକ୍ରମ ପ୍ରାୟ ଏକ ଦଶନ୍ଧି ଧରି ପାକିସ୍ତାନ ସହିତ ଦ୍ଵିପାକ୍ଷିକ ସୈନ୍ୟ ସମ୍ବନ୍ଧର ପ୍ରତୀକ ରହି ଆସିଛି। ମାତ୍ର ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି। ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ପରେ ଆମେରିକା ଓ ପାକିସ୍ତାନ ଉଭୟ ଦେଶରେ କିଛି ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମାତ୍ର ପେଣ୍ଟାଗନ କିମ୍ବା ପାକିସ୍ତାନୀ ମିଲିଟାରୀ ପକ୍ଷରୁ ଏପର୍ୟ୍ୟନ୍ତ ରାଇଟର୍ସର ରିପୋର୍ଟ ଉପରେ କୌଣସି ସରକାରୀ ପ୍ରତିକ୍ରିୟା ଆସି ନାହିଁ। 

ରିପୋର୍ଟ ମୁତାବକ ଆମେରିକା ଅଧିକାରୀ ନିଜର ନାମ ନଛାପିବା ସର୍ତ୍ତରେ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନଙ୍କ ଏହି ନିଷ୍ପତ୍ତି ଦୁଇ ଦେଶର ବିଶ୍ଵାସ ପ୍ରକ୍ରିୟାକୁ ଦୁର୍ବଳ କରିବ। ଅନ୍ୟ ପଟେ ପାକିସ୍ତାନୀ ଅଧିକାରୀଙ୍କ ପକ୍ଷରୁ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଏହି କାରଣରୁ ତାଙ୍କ ସେନା ପ୍ରଶିକ୍ଷଣ ପାଇଁ ଚୀନ କିମ୍ଵା ରୁଷ ଆଡକୁ ଗତି କରି ପାରନ୍ତି। 

  • Tags: