Home > ସଂମ୍ପୂର୍ଣ୍ଣ ଖବର
ଘରୁ ବାହାରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଦେଶ, ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କଠୋର ହେଲେ କେସିଆର
Khabar Odisha:will-be-forced-to-issue-shoot-at-sight-orders-if-people-defy-lockdown
ତେଲେଙ୍ଗାନା, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । ସରକାର ଲୋକମାନଙ୍କ ସୁରକ୍ଷା ପାଇଁ ଲକ ଡାଉନ ନିୟମ ଲାଗୁ କରିଥିଲେ ମଧ୍ୟ ସାଧାରଣ ଲୋକେ ନିୟମ ନ ମାନି ଘରୁ ବାହାରି ବୁଲୁଥିବା ନେଇ ଦେଖାଯାଉଛି । ଏଭଳି ନିୟମ ଉଲଙ୍ଘନ କାରୀ ଙ୍କୁ ସାବାଡ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ଲକ୍‌ଡାଉନ୍ ବେଳେ ଯେଉଁମାନେ ଆଇନ ନମାନିବେ ସେମାନଙ୍କୁ ଗୁଳି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପୁଲିସ୍‌କୁ ଅନେକ ଲୋକ ସହଯୋଗ କରୁ ନାହାନ୍ତି। ତେଣୁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କୌଣସି କଟକଣା ନାହିଁ। କିନ୍ତୁ ଖବର ସଂଗ୍ରହ ହେଳେ କିଛି ପୁଲିସ୍ ସାମ୍ୱାଦିକଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଖବରକୁ କେସିଆର ଗୁରୁତ୍ୱର ସହ ନେଇଛନ୍ତି। ପୁଲିସ୍‌ର ଖରାପ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହା ସହିତ ସମସ୍ତେ ଆଇନକୁ ମାନିବା ଉଚିତ ଓ ସଚେତନ ରହିବା ଆବଶ୍ୟକ ବୋଲି କେସିଆର କହିଛନ୍ତି।

ତେଲେଙ୍ଗାନାରେ ମଙ୍ଗଳବାର ତିନି ଜଣ କୋଭିଡ-୧୯ ବା ମହାମାରୀ କରୋନା ଭାଇରସର ଶିକାର ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।

  • Tags: