Home > ସଂମ୍ପୂର୍ଣ୍ଣ ଖବର
ସମୁଦ୍ର ଭିତରୁ ମହିଳା ପର୍ଯ୍ୟଟକ ଉଦ୍ଧାର
Khabar Odisha:woman-rescued-at-puri-sea-beach
ପୁରୀ, ଅକ୍ଟୋବର ୧୦ (ଖବର ଓଡ଼ିଶା):

ପୁଣି ଥରେ ପୁରୀ ସମୁଦ୍ରରେ ଭାସିଯାଉଥିବା ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଲାଇଫ୍‌ଗାର୍ଡ କର୍ମଚାରୀମାନେ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଛନ୍ତି । ସେ ହେଲେ ଭଦ୍ରକ ତିହିଡ଼ି ଅଂଚଳର ଲୀଳାବତୀ ସାହୁ ।

ଭଦ୍ରକ ତିହିଡ଼ି ଅଂଚଳର ଲୀଳାବତୀ ପୁରୀ ବୁଲିବାକୁ ଆସିଥିଲେ । ସେ ଦକ୍ଷିଣ ସ୍ୱର୍ଗଦ୍ୱାର ବେଳାଭୂମିରେ ପରିବାର ଲୋକଙ୍କ ସହିତ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ସେ ରିଫ୍‌ କରେଣ୍ଟରେ ଭାସି ଯାଇଥିଲେ । ତୁରନ୍ତ ଦୁଇ ଜଣ ଲାଇଫ୍‌ଗାର୍ଡ କର୍ମଚାରୀ ଜି. ଚକ୍ରଧର ଓ କେ. ଅଜିତ ପାଣିକୁ ଡେଇଁ ଲୀଳାବତୀଙ୍କୁ ଉଦ୍ଧାର କରିଥିଲେ । ସଂପୃକ୍ତା ମହିଳା ଜଣକ ପାଣି ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ସୁସ୍ଥ ଅଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଦିନ ତଳେ ଭୁବନେଶ୍ୱରର ଜଣେ ଯୁବକ ସୁମୁଦ୍ରରେ ଗାଧୋଉଥିବାବେଳେ ହଠାତ ଭାସି ଯାଇଥିଲେ । ତିନି ଜଣ ଲାଇଫଗାର୍ଡ ତାଙ୍କୁ ଉଦ୍ଧାର କରିଥିଲେ ।

  • Tags: