Home > ଲାଇଫ ଷ୍ଟାଇଲ
PUBG ଖେଳିବା ଉପରେ ଲାଗିଲା ବ୍ୟାନ
Khabar Odisha:
ନୂଆଦିଲ୍ଲୀ, ମେ ୧୫ (ଖବର ଓଡିଶା):

ସିଆରପିଏଫ୍ ଯବାନମାନଙ୍କ PUBG ଖେଳିବା ଉପରେ ରୋକ ଲଗାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ , ଯବାନମାନଙ୍କ PUBG ଖେଳିବା ଉପରେ ପ୍ରତିବନ୍ଧ ଲଗାଇବାକୁ ସିଆରପିଏଫ୍‌ର କମାଣ୍ଡିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । PUBG ଖେଳ ଯୁବବର୍ଗ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରୁଥିବା ବେଳେ ଏହା ଦ୍ୱାରା ଅନେକ ଅସୁବିଧା ଦେଖାଦେଉଥିବା ଅନୁମାନ ଲଗାଯାଉଛି ।

ଯଦି ସିଆରପିଏଫ୍ ଯବାନମାନଙ୍କ କଥା କୁହାଯାଏ ତେବେ ସିଆର୍‌ପିଏଫ୍ ବିଶ୍ୱାସ ଯେ, PUBG ଖେଳିବା ଦ୍ୱାରା ଯବାନମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଛି । ଏହି ଗେମ୍ କାରଣରୁ ଯବାନମାନେ ସାଥୀ ଯବାନମାନଙ୍କ ସହିତ ମିଳାମିଶା ମଧ୍ୟ ବନ୍ଦ କରିଦେଇଛନ୍ତି । ଶାରୀରିକ ଗତିବିଧିରେ ବ୍ୟାହାତ ଦେଖାଦେବା ସହିତ ସେମାନଙ୍କର ନିଦ ମଧ୍ୟ ସମ୍ପୂର୍ଣ୍ଣ ହେଉନାହିଁ ।