Home > ଲାଇଫ ଷ୍ଟାଇଲ
ଆଜି ପିତୃ ଦିବସ, ସମାଜରେ ସଂସ୍କାର ସହ ସନ୍ତାନ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଉଥିବା ମହାନ୍ ବ୍ୟକ୍ତି ବାପା
Khabar Odisha:Fathers-Day
ଭୁବନେଶ୍ୱର, ଜୁନ 21 ( ଖବର ଓଡ଼ିଶା):

 ବାପା ଏକ ମୂଲ୍ୟବାନ ଶବ୍ଦ । ପିତା ଶିଶୁ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଏଥିପାଇଁ ପ୍ରତିବର୍ଷ ମାତୃ ଦିବସ ଭଳି ପିତୃ ଦିବସ ମଧ୍ୟ ପାଳନ କରାଯାଏ । ପିତୃ ଦିବସ ଜୁନ ମାସ ତୃତୀୟ ରବିବାର ଦିନ ପାଳନ କରାଯାଏ । ବାପା ମାନଙ୍କୁ ସମର୍ପିତ ଏହି ସ୍ୱତନ୍ତ୍ର ଦିନ ଜୁନ ୨୧ ତାରିଖ ତଥା ଆଜି ପାଳନ କରାଯାଏ ।

ଦୁନିଆରେ  ନିଜକୁ ସଫଳ କରାଇବ ତାର ଉପଯୁକ୍ତ ଜ୍ଞାନ ପାଇବା ପାଇଁ  ଆବଶ୍ୟକ କରିଥାଏ  ।ବାପା ସନ୍ତାନର ଛାଇ ହୋଇ ତାର ପାଖେ ପାଖେ ରହି  ପ୍ରତ୍ୟେକ କଠିନ ସମୟରେ ସାଥ୍‌ ଦେଇଥାଏ । କଥାରେ ଅଛି ‘ବାପ ଥିଲା ପୁଅ ସଭାରେ ହାରେ ନାହିଁ’  । ଗୋଟିଏ ସନ୍ତାନ ପାଇଁ  ପ୍ରେରଣାସ୍ତୋତ୍ର ,ସୁରକ୍ଷା କବଚ,ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ପିତା ହିଁ ଗୋଟିଏ ସନ୍ତାନର ଆଦର୍ଶ ।ସବୁଦିନ ନିଜ ମାତା ପିତାଙ୍କୁ ସ୍ପେଶିଆଲ୍ ଫିଲ୍ କରାଇପାରିବେ ।

  • Tags: