Home > ଲାଇଫ ଷ୍ଟାଇଲ
କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଘରୋଇ ଉପଚାର
Khabar Odisha:Lifestyle-Odisha-Beauty-and-health-tips-for-skin
ଭୁବନେଶ୍ୱର, ଅଗଷ୍ଟ ୨୨(ଖବର ଓଡ଼ିଶା):

କୋମଳ ଓ ଉଜ୍ୱଳ ତ୍ୱଚା ସବୁ ଝିଅଙ୍କର ପସନ୍ଦ । କିନ୍ତୁ ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ତ୍ୱଚାର ଯତ୍ନ ଠିକ୍ ଭାବେ ନିଆଯାଇ ପାରୁନାହିଁ । ଯାହା ଦ୍ୱାରା ତ୍ୱଚା ମଲିନ ପଡ଼ିଯାଏ । ଏହା ସହ ବର୍ଷା ଦିନରେ ତ୍ୱଚା ଅଧିକ ରୁକ୍ଷ ଦେଖାଯାଏ । ତେଣୁ ସୁନ୍ଦର ଓ ଚମକୁଥିବା ଭଳି ତ୍ୱଚା ପାଇବାକୁ ଆପଣ କିଛି ଘରୋଇ ଉପାୟ ଆପଣେଇ ପାରିବେ ।

ହଳଦୀ : ବର୍ଷା ଋତୁରେ ସୁନ୍ଦର ତ୍ୱଚା ପାଇଁ ସପ୍ତାହରେ ଅନ୍ତତଃ ଥରେ କିମ୍ବା ଦୁଇଥର ହଳଦୀ ବାଟି ମୁହଁରେ ଲଗାନ୍ତୁ । ମୁହଁ ଓ ସମ୍ପୂର୍ଣ୍ଣ ଶରୀରରେ ହଳଦୀ ଲଗାଇାବା ଦ୍ୱାରା ସ୍କିନ ସମ୍ପନ୍ଧୀୟ ଇନଫେକ୍ସନ ଭଲ ହୋଇଥାଏ । ଏହା ସହ ହଳଦୀରେ ବେସନ ଓ ଚନ୍ଦନ ମିଶାଇ ଏକ ଫେକ ପ୍ୟାକ ପ୍ରସ୍ତୁତ କରି  ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ୱତାରେ ଉଜ୍ୱଳତା ଚମକି ଆସିବ । ବେସନ ତ୍ୱଚାରେ ଗୋରାପଣ ଆଣିଥାଏ । ବେସନରେ ହଳଦୀ ଏକ ଚାମଚ ପକାଇ ସେଥିରେ ଅଳ୍ପ ପାଣି କିମ୍ବା କଞ୍ଚା କ୍ଷୀର ପକାଇ ମୁହଁରେ ଲଗାନ୍ତୁ । ଶୁଖିଯିବା ପରେ ଏହାକୁ ଧୋଇନିଅନ୍ତୁ । ଦେଖିବେ ଆପଣଙ୍କ ମୁହଁ ଚିକ୍କଣ ଓ ଗୋରା ଦେଖାଯିବ ।

ଲେମ୍ବୁ : ଲେମ୍ବୁ କଳା ଦାଗକୁ ଖୁବ ଶୀଘ୍ର ଦୂର କରିଥାଏ । ଏହା ଆମ ଶରୀର ଏବଂ ତ୍ୱଚା ପାଇଁ ବହୁତ ଉପଯୋଗୀ ହୋଇଥାଏ । ଲେମ୍ବୁରସ କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ଲେମ୍ବୁରେ ଭିଟାମିନ ସି ଭରପୁର ପରିମାଣରେ ଥାଏ । ଲେମ୍ବୁ ରସକୁ କଳା ପଡିଥିବା ସ୍ଥାନରେ ଲଗାନ୍ତୁ ।୧ କିମ୍ବା ୨ ମିନିଟ ରଖି ମୁହଁ ଧୋଇଦିଅନ୍ତୁ ।

ଅଦା : ସୁନ୍ଦର ତ୍ୱଚା ପାଇବା ପାଇଁ ଅଦା ମଧ୍ୟ ବହୁତ ଉପକାରୀ ହୋଇଥାଏ । ଅଦା ଫୁଟାଇ ତାର ପାଣି ପିଇବା ଦ୍ୱାରା ଶରୀରର ରକ୍ତ ସଂଚାଳନ ନିୟନ୍ତ୍ରିତ ହୋଇଥାଏ । ଏହା ସହ ତ୍ୱଚାରେ ଉଜ୍ୱଳତା ଆସିଥାଏ । \nଟମାଟୋ : କଳା ଦାଗ ଦୂର କରିବା ପାଇଁ ଟମାଟୋ ବହୁତ ଉପକାରୀ । ଏହା ଚର୍ମକୁ ଥଣ୍ଡା ରଖିବା ସହ ଚେହେରାରେ ଚମକ ଆଣିଥାଏ । ଟମାଟୋକୁ ବାଟି ସେଥିରୁ କିଛି ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟରେ କିଛି ମହୁ ମିଶାଇ ମୁହଁରେ ଲଗାନ୍ତୁ । ପ୍ରାୟ ୧୦ ମିନିଟ ପରେ ଏହାକୁ ଧୋଇଦିଅନ୍ତୁ ଦେଖିବେ କଳା ଦାଗ ଆପେ ଆପେ ଦୂର ହୋଇଯିବ ।

ଆଳୁ :ଆଳୁକୁ ପରିବାର ରାଜା କୁହାଯାଏ । ଏହା ବ୍ୟଞ୍ଜନରେ ପଡ଼ି ସ୍ୱାଦ ବଢାଇବା ସହ ଆମ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ପ୍ରଥମେ ଆଳୁକୁ କାଟି ତାକୁ ପେଷ୍ଟ ବନାନ୍ତୁ ଓ ରସକୁ କଳା ପଡିଥିବା ସ୍ଥାନରେ ଲଗାନ୍ତୁ ଓ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା କଳା ଦାଗ ଦୂର ହେବା ସହ ଚେହେରାରେ ଗୋରାପଣ ଆସିଥାଏ ।

ମହୁ :ମହୁ ମଧ୍ୟ ଆମ ଚେହେରା ପାଇଁ ବହୁତ ଉପଯୋଗୀ । ଏହା ଚେହେରାରେ ଚମକ ଆଣିବା ସହ କୋମଳତା ମଧ୍ୟ ଆଣିଥାଏ । ମହୁ ଦାଗ ଦୂର କରିବାରେ ମଧ୍ୟ ଅନେକ ଉପକାରୀ ।

  • Tags: