Home > ଲାଇଫ ଷ୍ଟାଇଲ
ଅତି ସହଜରେ ଓ କମ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ପ୍ରୋନ ମସଲା, ଏହାର ମଜା ନିଅନ୍ତୁ
Khabar Odisha:Lifestyle-Odisha-Prawn-masala-recipe-at-home
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡ଼ିଶା):

ଆପଣଙ୍କୁ ଚିଙ୍ଗୁଡ଼ି ଖାଇବାକୁ ନିଶ୍ଚିତ ପସନ୍ଦ ଥିବ । ଯଦି ଆପଣଙ୍କୁ ଚିଙ୍ଗୁଡ଼ିର କିଛି ନୂଆ ଆଇଟମ ଖାଇବାକୁ ପସନ୍ଦ ରହିଛି । ତେବେ ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରୋନ ମସଲା । ଯାହାକୁ ଖାଇଲେ ଆପଣ ସ୍ୱାଦ କେବେ ଭୁଲି ପାରିବେ ନାହିଁ । 

ସାମଗ୍ରୀ:

ଚିଙ୍ଗୁଡ଼ି: ୫୦୦ଗ୍ରାମ

ପିଆଜ: ୨ଟି

ଅଦାରସୁଣ ପେଷ୍ଟ: ୩ଚାମଚ

ଗୋଲମରିଚ : ୨ଚାମଚ

ଲୁଣ: ସ୍ୱାଦନୁସାରେ

ଲଙ୍କାଗୁଣ୍ଡ : ଅଧା ଚାମଚ

ଧନିଆ ପାଉଡର: ୧ଚାମଚ

ହଳଦୀ ଗୁଣ୍ଡ: ଅଧାଚାମଚ

ଟୋମୋଟୋ: ୧ଟି

ଧନିଆପତ୍ର: ଅଳ୍ପ

ପ୍ରଣାଳୀ: ସର୍ବ ପ୍ରଥମେ ଚିଙ୍ଗୁଡ଼ିର ଚୋପା ବାହର କରି ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ବର୍ତ୍ତମାନ ଏକ କଡେଇରେ ତେଲ ଗରମ କରି ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ । ପିଆଜ ଗୋଲ୍ଡେନ ବ୍ରାଉନ ହେବା ଯାଏଁ ଭାଜନ୍ତୁ । ବର୍ତ୍ତମାନ ସେଥିରେ ଅଦା ଓ ରସୁଣ ପେଷ୍ଟ ପକାଇ ୩ମିନିଟ ଭାଜନୁ । ଏହାପରେ ସେଥିରେ ଧନିଆ ପତ୍ର ଓ ଟୋମାଟୋ ପକାନ୍ତୁ । ମସଲାଟି ଭଲ ଭାବେ ସିଝି ଯିବା ପରେ ସେଥିରେ ସ୍ୱାଦନୁସାରେ ଲୁଣ, ଲାଲ ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର, ଓ ହଳଦୀ ଗୁଣ୍ଡ ପକାନ୍ତୁ । ସବୁ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ମସଲା ଭଲ ଭାବେ ଭାଜି ହେବା ପରେ ସେଥିରେ ଚିଙ୍ଗୁଡ଼ି ପକାନ୍ତୁ । ଚିଙ୍ଗୁଡ଼ି ଭଲ ଭାବେ ସିଝି ମସଲା ଲାଗିବା ଯାଏଁ ଭାଜନ୍ତୁ । ଏହା ପ୍ରସ୍ତୁତ ହେବା ପରେ ସେଥିରେ ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ପ୍ରୋନ ମସଲା । ଏହାକୂୁ ଆପଣଙ୍କ ଘରେ ଖାଆନ୍ତୁ ଓ କୈାଣସି ଅତିଥିଙ୍କ ମଧ୍ୟ ଖୁଆଇ ପାରିବେ ।

  • Tags: