Home > ଲାଇଫ ଷ୍ଟାଇଲ
ଆଜିଠୁ ଆରମ୍ଭ ହେଲା ଭାଲେନଟାଇନ ସପ୍ତାହ, Rose Dayରେ ଫୁଲ ଦେଇ କରନ୍ତୁ ପ୍ରେମ ନିବେଦନ
Khabar Odisha:Lifestyle-Odisha-Valentines-week-Started-today-is-Rose-day
ଭୁବନେଶ୍ୱର, ଫେବୃଆରୀ ୦୭( ଖବର ଓଡ଼ିଶା):

ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେନଟାଇନ ସପ୍ତାହ । ଗୋଲାପକୁ ପ୍ରେମର ପ୍ରତୀକ କୁହାଯାଏ । ପ୍ରତ୍ୟେକ ବ୍ୟକ୍ତି ଗୋଲାପ ଦେଇ ନିଜର ପ୍ରେମର ନିବେଦନ କରିଥାନ୍ତି । ଆଜି ରୋଜ ଡେ । ଆଜିର ଦିନକୁ ନେଇ ପ୍ରେମୀଯୁଗଳମାନେ ଉତ୍ସାହିତ ଥାନ୍ତି । 

ଆଜି ଭାଲେନଟାଇନ ସପ୍ତାହର ପ୍ରଥମ ଦିନ । ଆଜିର ଦିନକୁ ରୋଜ ଡେ ଭାବରେ ପାଳନ କରାଯାଏ । ପ୍ରେମୀଯୁଗଳମାନେ ଜଣେ ଅନ୍ୟ ଜଣଙ୍କୁ ଗୋଲାପ ଫୁଲ ଦେଇଥାନ୍ତି । ତେବେ ଏହା କେବଳ ପ୍ରେମୀଙ୍କ ପାଇଁ ନୁହେଁ ଆପଣଙ୍କ ବନ୍ଧୁଙ୍କ ସହ ଆପଣ ମଧ୍ୟ ପାଳନ କରି ପାରିବେ । ହଳଦିଆ ଗୋଲାପ ବନ୍ଧୁତ୍ୱର ପ୍ରତୀକ । ଆପଣ ହଳଦିଆ ରଙ୍ଗର ଗୋଲାପ ଆପଣଙ୍କ ବନ୍ଧୁଙ୍କୁ ଦେଇ ପାରନ୍ତି । ଏହି ଦିନକୁ ଆପଣ ନିଜର ଭାଇ, ବନ୍ଧୁ, ଶିକ୍ଷକ ଏବଂ ବନ୍ଧୁଙ୍କ ସହ ପାଳନ କରିପାରନ୍ତି । ତେବେ ଜାଣନ୍ତୁ ଗୋଲାପର ରଙ୍ଗ ଏବଂ ଏହାର ମହତ୍ୱ ବିଷୟରେ:- 

ଲାଲ ଗୋଲାପ-ଲାଲ ରଙ୍ଗ ପ୍ରେମର ପ୍ରତୀକ । ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କୁ ଲାଲ ଗୋଲାପ ଦେଇ ପାରନ୍ତି । 

ହଳଦିଆ ଗୋଲାପ-ହଳଦିଆ ବନ୍ଧୁତାର ପ୍ରତୀକ । ରୋଜ ଡେରେ ଆପଣ ନିଜ ବନ୍ଧୁଙ୍କୁ ଦେଇ ପାରନ୍ତି । 

ଧଳା ଗୋଲାପ-ଧଳା ରଙ୍ଗର ଗୋଲାପ ପବିତ୍ରତା, ନରମର ପ୍ରତୀକ । ଯଦି ଆପଣ କାହାକୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛନ୍ତି ତେବେ ଦେଇ ପାରନ୍ତି । 

ଗୋଲାପୀ ଗୋଲାପ-ଗୋଲାପୀ କୃତଜ୍ଞତାର ପ୍ରତୀକ । ଯଦି କାହାକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ତେବେ ଗୋଲାପୀ ଫୁଲ ଦିଅନ୍ତୁ । 

  • Tags: