Home > ଲାଇଫ ଷ୍ଟାଇଲ
ଜାଣନ୍ତୁ Mouth Ulcerର କାରଣ ଓ ଏହାର ଘରୋଇ ଉପଚାର
Khabar Odisha:Lifestyle-Odisha-best-home-remedies-to-treat-mouth-ulcer-as-well-as-its-causes
ଭୁବନେଶ୍ୱର, ଅଗଷ୍ଟ ୧୩ (ଖବର ଓଡ଼ିଶା):

ସାଧାରଣତଃ ବ୍ୟସ୍ତବହୁଳ ଜୀବନଯାପନ ମଧ୍ୟରେ ଆମେ ନିଜ ଶରୀରର ଧ୍ୟାନ ନେଇ ନଥାଉ । କିନ୍ତୁ ବେଳେ ବେଳେ ପାଟିରେ ଚମଡ଼ା ଛିଡ଼ି ଯିବା ଭଳି ଏକ ଅଲସର ହୋଇଥାଏ । ଯାହା ଦ୍ୱାରା ଆମକୁ କୈାଣସି ଖାଦ୍ୟ ଖାଇଲେ କଷ୍ଟ ଅନୁଭବ ହେବା ସହ ତାର ସ୍ୱାଦ ଜଣାପଡ଼ି ନଥାଏ । ଆପଣଙ୍କ ପାଟିରେ ଅଲସର ଭଳି କିଛି ସମସ୍ୟା ଦେଖା ଦେଉଛି କି ? କଣ ଆପଣ ଜାଣନ୍ତି କି ଏହାର କାରଣ କଣ ଓ ପ୍ରତିକାର କଣ ? ଆସନ୍ତୁ ଆମେ ଏହା ଉପରେ କିଛି ଜାଣିବା ..

Mouth Ulcerର କାରଣ ;

୧. ଶରୀରରେ ପୋଷକ ତତ୍ୱ କମ ରହିଲେ ହୋଇଥାଏ 

୨. କୈାଣସି ବ୍ୟକ୍ତିର ଅଇଁଠା ଖାଇବା ଦ୍ୱାରା 

୩. ଭୁଲବଶତଃ ଗାଲର ମାଂସକୁ ଚୋବାଇବା ଦ୍ୱାରା

୪. ପାଟିକୁ ସଫାସୁତୁରା ନ ରଖିବା ଦ୍ୱାରା

Mouth Ulcerର  ଘରୋଇ ଉପଚାର 

ବରଫ ଓ ଚା ବ୍ୟାଗ : ମାଉଥ ଅଲସରରେ ବରଫ କିମ୍ବା ଚାପତି ବ୍ୟାଗକୁ ମଧ୍ୟ ପାଟିରେ ରଖିବା ଦ୍ୱାରା ଆରାମ ମିଳିଥାଏ । 

ବେକିଂ ସୋଢା : ମାଉଥ ଅଲସରକୁ ଠିକ କରିବା ପାଇଁ ବେକିଂ ସୋଢା ମଧ୍ୟ ବ୍ୟବହାର କରାଯାଏ । ଏହା ପାଟିରୁ ବ୍ୟଥା କମ କରି ଅଲସରକୁ ଠିକ କରିବାରେ ସାହାଯ୍ୟ କରିଥାଏ । 

ନଡ଼ିଆ ତେଲ : ମାଉଥ ଅଲସର ହୋଇଥିଲେ ସେହି ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରନ୍ତୁ । ନଡ଼ିଆ ତେଲରେ ଏଣ୍ଟିମାଇକ୍ରୋବିୟଲ ଓ ଏଣ୍ଟି ଇନପ୍ଲେମେଟୋରୀ ତତ୍ୱ ରହିଥିବାରୁ ଏହା ମାଉଥ ଅଲସର ଠିକ କରିବାରେ ସାହାଯ୍ୟ କରିଥାଏ । 

ଦେଶୀ ଗାଈ ଘିଅ :ଏହି ମାଉଥ ଅଲସରକୁ ଠିକ କରିବାକୁ ଦେଶୀ ଘିଅକୁ ରାତିରେ ଶୋଇବା ପୂର୍ବରୁ ପାଟିରେ ଲଗାନ୍ତୁ ,ଦେଖିବେ ସକାଳେ ଏଥିରୁ ସାମାନ୍ୟ ଉପଷମ ମିଳିବ । 

  • Tags: