Home > ଲାଇଫ ଷ୍ଟାଇଲ
ଏଥର ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଫ୍ରାଏ
Khabar Odisha:Lifestyle-Odisha-simple-and-delicious-recipe-of-chicken-fry-in-hindi
ଭୁବନେଶ୍ୱର, ଜୁଲାଇ ୨୧(ଖବର ଓଡ଼ିଶା):

ଆଜିକାଲି ଅନେକ ଲୋକ ଆମିଷ ପ୍ରିୟ ହୋଇଥାନ୍ତି । ତେଣୁ ଆଜି ସ୍ୱାଦିଷ୍ଟ ଚିକେନ ଫ୍ରାଏ ଘରେ ପ୍ରସ୍ତୁତ କରି ପରିବାର ଓ ଅତିଥିଙ୍କୁ ପରଷନ୍ତୁ । 

ସାମଗ୍ରୀ:

ଚିକେନ : ୫୦୦ଗ୍ରାମ

 ହଳଦୀ ଗୁଣ୍ଡ : ୧/୨ ଚାମଚ

ପିଆଜ :୨୦୦ଗ୍ରାମ

ଲଙ୍କା ଗୁଣ୍ଡ : ୧/୨ ଚାମଚ

ପିଆଜ, ଅଦା ରସୁଣ ପେଷ୍ଟ : ୧ଚାମଚ 

ଗୋଲ ମରିଚ ପାଉଡ଼ର : ୧/୨ ଚାମଚ

ଚିକେନ ମସଲା : ୧/୨ ଚାମଚ

ତେଲ : ଆବଶକୀୟ ଅନୁସାରେ

ପୁଦିନାପତ୍ର ବଟା : ୨ଚାମଚ

ଲୁଣ : ସ୍ୱାଦଅନୁସାରେ

 ପ୍ରଣାଳୀ : ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏକ ପାତ୍ରରେ ଚିକେନ ରଖି ସେଥିରେ ହଳଦୀ, ଲଙ୍କା ଗୁଣ୍ଡ , ପିଆଜଓ ଅଦାରସୁଣ ପେଷ୍ଟ, ଗୋଲ ମରିଚ ଗୁଣ୍ଡ ,ଚିକେନ ମସଲା , ତେଲ ଓ ଲୁଣ ଓ ପୁଦିନା ବଟା ପକାଇ ମାରିନେଟ କରିବାକୁ କିଛି ସମୟ ରଖିଦିଅନ୍ତୁ । ଏହା ପରେ ଗ୍ୟାସ ଅନ କରି ଏକ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ । ସେଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ସେଥିରେ ମାରିନେଟ ହୋଇଥିବା ଚିକେନକୁ ପକାଇ ଅଳ୍ପ ଜାଳରେ ଭାଜନ୍ତୁ । ଅଳ୍ପ ସମୟ ପରେ କଡେଇକୁ ଏକ ଘୋଡ଼ଣୀ ଦ୍ୱାରା ଘୋଡ଼ାଇ ଦିଅନ୍ତୁ । ଚିକେନଟି ଗୋଲ୍ଡେନ ବ୍ରାଉନ ରଙ୍ଗ ହୋଇଯିବା ପରେ ତାକୁ ଏକ ପାତ୍ରରେ ବାହାର କରିନିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଚିକେନ ପ୍ରସ୍ତୁତ ହୋଇଯାଇଛି । ସେଥିରେ କଟା ଲେମ୍ବୁ ଓ କଟା ପିଆଜ ପକାଇ ପରିବାର ଲୋକଙ୍କୁ ଖାଇବାକୁ ଦିଅନ୍ତୁ 

  • Tags: