Home > ଲାଇଫ ଷ୍ଟାଇଲ
ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟର ବହୁଳ ବ୍ୟବହାର କରୁଛନ୍ତ କି? ପଡ଼ିପାରନ୍ତି ଏହି ଘାତକ ରୋଗରେ
Khabar Odisha:Lifestyle-can-bear-chronic-mental-disease-if-use-social-media-for-more-than-two-hours
ନୂଆଦିଲ୍ଲୀ, ଅକ୍ଟୋବର ୧୩(ଖବର ଓଡ଼ିଶା):

ଇଣ୍ଟରନେଟର ବ୍ୟବହାର ଆସିବା ଦିନ ଠାରୁ ପ୍ରତ୍ୟକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଅଧିକ ସମୟ ବିତାଉଛନ୍ତି । ମଧ୍ୟ ଜଣାପଡ଼ି ନଥାଏ ଯେଉଁ ଥିରେ ଘଣ୍ଟା ଘଣ୍ଟା ବିତିଛି । ସୋସିଆଲ ମିଡ଼ିଆରେ ଫୋଟ ଓ ଭିଡ଼ିଓ ସେୟାର କରିବା ସହ ଲାଇକ, ସେୟାର ଓ କମେଣ୍ଟ ସବୁ ଛିକି ସାମିଲ ରହିଛି । 

ମାନସିକ ରୋଗ: ପ୍ରତିଦିନ ଅଧିକ ସମୟ ମୋବାଇଲ ଓ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ଦ୍ୱାରା ମାନସିକ ରୋଗ ହେବା ସମ୍ଭାବନା ବଢିିଥାଏ । ଯଥା ହ୍ୱାଟସ ଆପ, ଫେସବୁକ ସହ ଟିକଟକର ବହୁଳ ବ୍ୟବହାରରେ ମଧ୍ୟ ମାନସିକ ରୋଗ ହେବା ଆଶଙ୍କା ରହିଛି । ଏଥିଲ୍ନେିଜ ଫୋଟେ ପୋଷ୍ଟ କରିବା ଦ୍ୱାରା ଲାଇକ ସେୟାର କିମ୍ବା କମେଣ୍ଟ ନ ମିଳିବା ଦ୍ୱାରା ମଧ୍ୟ ଜଣେ ବ୍ୟକ୍ତି ନିଜକୁ ଘୃଣା କରିବାକୁ ଲାଗନ୍ତି । ଫଳରେ ମାନସିକ ଚାପରେ ଧିରେ ଧିରେ ପାଗଳ ହୋଇଯାଆନ୍ତି କିମ୍ବା ଆତ୍ମହତ୍ୟା କରିଥାନ୍ତି । ତେଣୁ ଫୋନରେ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କରିବା ଅନୁଚିତ । 

ସେହିପରି ଆଜି କାଲି ଛୋଟ ଛୋଟ ଛୁଆ ମଧ୍ୟ ନିଜ ମାଆ ବାପାଙ୍କ ଠାରୁ ଶିଖି ଫେସବୁକ, ହ୍ୱାଟସ ଆପ ଓ ୟୁ ଟ୍ୟୁବର ବ୍ୟବହାର କରୁଛନ୍ତି । ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଅଧିକ ପ୍ରଭାବ ପକାଇଥାଏ ।

  • Tags: