Home > ଲାଇଫ ଷ୍ଟାଇଲ
ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ ଦେଶୀ ଘିଅ
Khabar Odisha:State-Odisha-eating-ghee-healthy-for-diabetics
ଭୁବନେଶ୍ୱର, ଜାନୁଆରୀ ୨୭(ଖବର ଓଡ଼ିଶା):

ଦେଶୀ ଘିଅ ସ୍ୱାସ୍ଥ୍ୟ ପାଇଁ ଅତି ଉପକାରୀ । ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପାନୀୟ କାରଣରୁ ଡାଇବେଟିସ ରୋଗ ଲୋକଙ୍କ ପାଇଁ ସାଧାରଣ ପାଲଟିଗଲାଣି । ଡାଇବେଟିସ ରୋଗୀ ବିଶେଷ ଭାବେ ନିଜର ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବା ଜରୁରୀ । 

ଡାଇବେଟସ ରୋଗୀଙ୍କୁ ହୃଦରୋଗ ଆଶଙ୍କା ଅଧିକ ରହିଥାଏ । ଘିଅ ଅନେକ ପ୍ରକାର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଘିଅରେ ଲିନୋଲେଇକ ଏସିଡ଼ ରହିଥାଏ । ଯାହା ନିତିଦିନିଆ ଖାଦ୍ୟରେ ସାମିଲ କରିବା ଦ୍ୱାରା ହୃଦରୋଗ ହେବା ଆଶଙ୍କା ଦୂର ହୋଇଥାଏ । ଘିଅରେ ଥିବା ଫେଟି ଏସିଡ଼ ମେଟାବୋଲିଜମରେ ସାହାଯ୍ୟ କରିଥାଏ । ଦେଶୀ ଘିଅକୁ ଭାତ ସହ ଖାଇବା ଦ୍ୱାରା ଭାତରେ ଥିବା ମିଠାର ପରିମାଣ କମ କରିବାରେ ସାହାଯ୍ୟ କରିଥାଏ ।  ଦେଶୀ ଘିଅର ଠିକ ଭାବରେ ସେବନ କରିବା ଦ୍ୱାରା ଶରୀରରେ ଥିବା ଅତ୍ୟଧିକ ଚର୍ବି କମ ହୋଇଥାଏ । ଯାହା ଦ୍ୱାରା ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । 

  • Tags: