Home > ଲାଇଫ ଷ୍ଟାଇଲ
ନବରାତ୍ରୀରେ ପ୍ରସ୍ତୁତ କରନ୍ତୁ ସ୍ପେଶାଲ୍ ଆଳୁ କଦଳୀ ବରା
Khabar Odisha:food-odisha-navaratri-special-aloo-banana-bara
ଭୁବନେଶ୍ଵର, ଅକ୍ଟୋବର ୦୫ (ଖବର ଓଡିଶା) :

 ନବରାତ୍ରୀରେ ଆପଣ ନିଶ୍ଚୟ କିଛି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଥିବେ। ତେବେ ଆମେ ଆଜି ଆପଣଙ୍କୁ ଆଳୁ କଦଳୀ ବରା ବିଷୟରେ କହିବାକୁ ଯାଉଛି। ଯାହା ଖାଇବାକୁ ଯେତିକି ସୁସ୍ଵାଦୁ କରିବାକୁ ସେତିକି ସହଜ। ଜାଣନ୍ତୁ ଉପାୟ-

ଆବଶ୍ୟକୀୟ ସାମଗ୍ରୀ- ୨ଟି କଞ୍ଚା କଦଳୀ, ୨୫୦ ଗ୍ରାମ୍ ଅଟା, ସ୍ଵାଦ ଅନୁସାରେ ଲୁଣ, କଞ୍ଚାଲଙ୍କା, ଧନିଆ, ସିଝା ଆଳୁ ୮ଟା, ଭଜା ମୁଗ, ତେଲ।

ବିଧି- ପ୍ରଥମେ କଞ୍ଚାଲଙ୍କା ଏବଂ ଧନିଆପତ୍ର କାଟି ନିଅନ୍ତୁ। ଏବେ ଅଟାରେ ସ୍ଵାଦ ଅନୁସାରେ ଲୁଣ ଓ ସିଝା କଦଳୀ ଚକଟାକୁ ପକାଇ ପେଷ୍ଟ ବନାନ୍ତୁ। ଏହାପରେ ଏକ ପାତ୍ରରେ ସିଝା ଆଳୁକୁ ଚକଟି ଦିଅନ୍ତୁ। ଏଥିରେ କଞ୍ଚାଲଙ୍କା, ମୁଗ ଭଜା, ଲୁଣ ଓ ଧନିଆ ପତ୍ର ମିଶାନ୍ତୁ। ଏହାକୁ ଛୋଟ ଛୋଟ ଗୁଳା କରି ନିଅନ୍ତୁ। ପ୍ରସ୍ତୁତ ହୋଇଥିବା ଗୁଳାକୁ ଅଟାରେ ବୁଡାନ୍ତୁ। ଏହାକୁ ଗୁଳାକରି ଅଟାରେ ବୁଡାଇ ଛାଣନ୍ତୁ। ଏବେ ଛଣା ଯାଇଥିବା କଦଳୀ ଆଳୁ ବରାକୁ ଟମାଟୋ ଚଟଣୀ ସହ ପରଷି ଦିଅନ୍ତୁ।