Home > ଲାଇଫ ଷ୍ଟାଇଲ
ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଭେଣ୍ଡି ମସଲା
Khabar Odisha:food-odisha-vindi-khatta
ଭୁବନେଶ୍ୱର, ଜୁଲାଇ ୨୩ (ଖବର ଓଡିଶା) :

ଭେଣ୍ଡିରେ ଆପଣ ବହୁ ରେସିପି ପ୍ରସ୍ତୁତ କରିଥିବେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ରେସିପି କହିବାକୁ ଯାଉଛୁ ଯାହା ପ୍ରସ୍ତୁତି କରିବା ଯେତିକି ସହଜ ଖାଇବାକୁ ସେତିକି ଚଟ୍ପଟା । ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ତେଣୁ ଆଜି ହିଁ ଏହାକୁ ପ୍ରସ୍ତୁତ କରନ୍ତୁ ଓ ନିଜର ପ୍ରିୟଜନଙ୍କୁ ପରଷି ଦିଅନ୍ତୁ । 

ଆବଶ୍ୟକୀୟ ସାମଗ୍ରୀ- ୧୧/୨ଟି ସ୍ପୁନ ତେଲ, ୧ଟି ବଡ ପିଆଜ, ଭେଣ୍ଡି, ଟମାଟ, ଅଦା ରଶୁଣ ପେଷ୍ଟ, ୧ଟିସ୍ପୁନ ଲଙ୍କାଗୁଣ୍ଡ, ୧/୨ଟି ସ୍ପୁନ ହଳଦୀ, ୧ଟି ସ୍ପୁନ ଗରମ ମସଲା, ୧ଟି ସ୍ପୁନ ରୁଚି ମସଲା, ସ୍ୱାଦ ଅନୁସାରେ ଲୁଣ, ଧନିଆ ପତ୍ର, ୧/୨ଟି ସ୍ପୁନ ଲେମ୍ବୁ ରସ । 

ବିଧି- ପ୍ରଥମେ ଭେଣ୍ଡି ଗୁଡିକୁ ଲମ୍ବା କରି କାଟି ଏହାର ପେଟକୁ ଚିରି ନିଅନ୍ତୁ । ଏବେ କଢେଇରେ ତେଲ ଗରମ କରି ଭେଣ୍ଡି ଭାଜି ନିଅନ୍ତୁ । ଭାଜି ହୋଇଗଲା ପରେ ଭେଣ୍ଡିକୁ ଅଳ୍ପ ଟାଣରଖି ଏକ ପାତ୍ରରେ କାଢି ନିଅନ୍ତୁ । 

ପୁଣି ଥରେ ତେଲ ଗରମ କରି କଟା ଯାଇଥିବା ପିଆଜକୁ ଭାଜି ନିଅନ୍ତୁ । ପିଆଜ ଭାଜି ହୋଇ ଗଲା ପରେ ଏଥିରେ ହଳଦୀ, ଲଙ୍କା ଗୁଣ୍ଡ, ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ । ଏବେ ଅଦାରଶୁଣ ପେଷ୍ଟ ପକାଇ ଭାଜି ନିଅନ୍ତୁ । ମସଲା ଅଳ୍ପ ଭାଜି ହୋଇ ଗଲା ପରେ ଟମାଟୋକୁ ଛୋଟ ଛୋଟ କରି କାଟି ଭାଜନ୍ତୁ । ଏବେ ଏଥିରେ କିଛି ରୁଚି ମସଲା ପକାନ୍ତୁ ଓ ମସଲାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ମସଲା ଗୁଡିକ ଭଲ ଭାବରେ ଗ୍ରେଭି ହୋଇଗଲା ପରେ ଏଥିରେ ଭଜା ଭେଣ୍ଡି ପକାନ୍ତୁ । ମସଲା ସହ ଭେଣ୍ଡି ଭଲ ଭାବରେ ମିକ୍ସ ହୋଇଗଲା ପରେ ଗରମ ମସଲା ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଭେଣ୍ଡି ଖଟା । ଏହାକୁ ଧନିଆ ପତ୍ର ପକାଇ ଗାର୍ଣ୍ଣିସିଙ୍ଗ କରି ନିଅନ୍ତୁ ।