Home > ଲାଇଫ ଷ୍ଟାଇଲ
କରୋନା ମାଡରେ ଖସିଲା ସୁନା ଦର, 40 ହଜାର ଟଙ୍କାରୁ କମ ହେଲା ଦର
Khabar Odisha:gold-silver-shine-faded-from-the-havoc-of-corona-price-came-down
ନୂଆଦିଲ୍ଲୀ, ମାର୍ଚ୍ଚ ୧୭ (ଖବର ଓଡ଼ିଶା):

କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି ସୁନା ବଜାର ଉପରେ । କରୋନା ଭାଇରସ ମାଡରେ 40 ହଜାର ଟଙ୍କାରୁ କମ ମୂଲ୍ୟରେ ପହଁଞ୍ଚିଛି ସୁନା ଦର । ସେହିଭଳି ରୂପା ଦରରେ ମଧ୍ୟ ହ୍ରାସ ଘଟିଥିବା ଜଣାପଡ଼ିଛି । ବାଣିଜ୍ୟ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ କରୋନା ପ୍ରଭାବରେ ବିଶ୍ୱର ଅର୍ଥନୀତି ଉପର ତଳ ହେଇ ଗତି କରୁଛି ସେହି କାରଣରୁ ସୁନା ଓ ରୂପା ଦରରେ ମଧ୍ୟ ଉପର ତଳ ହେବ ।

ଭାରତୀୟ ବଜାରରେ ସୋମବାର ଦିନ ସୁନା ମୂଲ୍ୟରେ ବଡ ହ୍ରାସ ଘଟିଥିଲା 10 ଗ୍ରାମ ସୁନା ମୂଲ୍ୟରେ 2 ହଜାର ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ 6 ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଯାହା ଫଳରେ ଆଜି ଭାରତୀୟ ବଜାରରେ ସୁନାର ଦର 40 ହଜାରରୁ କମ ହୋଇଥିବା ବେଳେ ରୂପା ଦର 36,640 ଟଙ୍କାରେ ପହଁଞ୍ଚିଥିବା ନେଇ ଜଣାପଡିଛି ।

ଏମସିଏକ୍ସ ଅର୍ଥାତ ମଲଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସୁନାର ମୂଲ୍ୟ ରହିଛି 10 ଗ୍ରାମ ପ୍ରତି 39,650 ଟଙ୍କା  । ଆଉ କିଛି ଦିନ ମଧ୍ୟରେ ଏହି ମୂଲ୍ୟରେ ମଧ୍ୟ ହ୍ରାସ ଘଟିବ ବୋଲି ଜଣାପଡିଛି, କରୋନା ପ୍ରଭାବରେ ସୁନାର ମୂଲ୍ୟ ଉପର ତଳ ହେଉଥିବାରୁ ସୁନା 38 ହଜାର ଟଙ୍କା ମଧ୍ୟ ହେବା ନେଇ ସୂଚନା ଦେଇଛନ୍ତି ବଜାର ବିଶେଷଜ୍ଞ ।

  • Tags: