Home > ଲାଇଫ ଷ୍ଟାଇଲ
ଘରେ ପ୍ରସ୍ତୁତ କରନ୍ତୁ ଦହି ଆଳୁ, ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ
Khabar Odisha:life-stayle-odisha-dahi-aloo
ଭୁବନେଶ୍ୱର, ଅଗଷ୍ଟ ୧୯ (ଖବର ଓଡିଶା) :

 ବ୍ୟସ୍ତ ବହୁଳ ଜୀବନରେ ଆପଣଙ୍କୁ ପ୍ରାୟତଃ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଖୁବ୍ କମ୍ ସମୟ ମିଳେ । ରୋଷେଇ ଘର ସାଧାରଣତଃ ଆଳୁ ବିନା ଅଧୁରା କହିଲେ ଚଳେ । ତେବେ ଆମେ ଆପଣଙ୍କୁ ଆଜି ଏଭଳି ଏକ ସ୍ୱାଦିଷ୍ଟ ଡିସ୍ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖଟା ଓ ଦହିକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଉପେଯାଗୀ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଖୁବ୍ କମ୍ ସମୟ ଲାଗେ । ତେଣୁ ଆପଣ ଅତି ସହଜରେ ଆପଣଙ୍କ ରୋଷେଇଶାଲରେ ଏହାକୁ ପ୍ରସ୍ତୁତ କରି ପାରିବେ । ତେବେ ଜାଣନ୍ତୁ ଏହାର ବିଧି ।  

ଆବଶ୍ୟକୀୟ ସାମଗ୍ରୀ- ୨୫୦ ଗ୍ରାମ ସିଝା ଆଳୁ, ୧ଟି କଞ୍ଚାଲଙ୍କା, ୧୦୦ଗ୍ରାମ ଖଟା ଦହି, ୧ଚାମଚ ଜୀରା, ୧/୪ହେଙ୍ଗୁ, ୩ତେଜପତ୍ର, ଲୁଣ ସ୍ୱାଦ ଅନୁସାରେ, ୧ଚାମଚ ଲଙ୍କାଗୁଣ୍ଡ, ୧/୪ ହଳଦୀ ପାଉଡର, ୨ଚାମଚ ଧନିଆ ପାଉଡର, ଗରମ ମସଲା, ତେଲ, ପାଣି, ସବୁଜ ଧନିଆ ।  

ବିଧି- ପ୍ରଥମେ ଦହିକୁ ପାଣି ମିସାଇ ଭଲ ଭାବରେ ଗୋଳାନ୍ତୁ । ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏଥିରେ ଜିରା ଓ ତେଜପତ୍ର ପକାଇ ଭାଜି ଦିଅନ୍ତୁ । ଏହାପରେ ବାକି ମସଲା ପକାଇ କଞ୍ଚାଲଙ୍କା ମିଶାନ୍ତୁ । ମସଲା ଭଲ ଭାବରେ ଭାଜି ହୋଇ ଗଲା ପରେ ଏଥିରେ ଦହି ପକାଇ ଫେଣ୍ଟି ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଦହି ଯେପରି ଫାଟି ନଯାଏ । ଦହି ଭଲ ଭାବରେ ଘାଣ୍ଟି ହେବା ପରେ ସିଝା ଆଳୁ ପକାଇ ମଧ୍ୟମ ଆଂଚରେ ସିଝାନ୍ତୁ । ପାଖାପାଖି ୫ମିନିଟ୍ ସିଝାଇବା ପରେ ଆପଣଙ୍କ ଦହି ମିଶ୍ରଣ ବହଳିଆ ହୋଇଯିବ । ଏହାପରେ ଗୟାସ ବନ୍ଦ କରି ଓହ୍ଲାଇ ଆଣନ୍ତୁ ଓ ଗରମ ଗରମ ପ୍ଲେଟରେ ପରଷି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଦହି ଆଳୁ ।