Home > ଲାଇଫ ଷ୍ଟାଇଲ
ଡାଇବେଟିସରୁ ମୁକ୍ତି ଦିଏ ଛଚିନ୍ଦ୍ରା
Khabar Odisha:life-stayle-odisha-eating-chichinda-or-snake-gourd-for-health-hair-and-skin
ଭୁବନେଶ୍ୱର, ଅଗଷ୍ଟ ୨୭ (ଖବର ଓଡିଶା) :

ଅତି ସହଜରେ ଘର ବାରିରୁ ମିଳୁଥିବା ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପେଯାଗୀ । ଏହା ଡାବେଟିସରୁ ନେଇ ବିଭିନ୍ନ ରୋଗ ମୁକ୍ତ କରିବା ପାଇଁ ସାହାଯ୍ୟ କରେ । ତେଣୁ ଏହାକୁ ଆଜି ହିଁ ନିଜ ଡାଇଟରେ ସାମିଲ କରି ନିଅନ୍ତୁ । ତେବେ ଜାଣନ୍ତୁ ଏହାର ଗୁଣ ବିଷୟରେ...

୧-ଡାଇବେଟିସ୍ ମୁକ୍ତ କରେ, ଓଜନ ହ୍ରାସ କରେ

ଏହା ଡାଇବେଟିସ୍ କଣ୍ଟ୍ରୋଲ କରେ । ଏହା ସହ ବଢୁଥିବା ଓଜନ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିରେ ବହୁ କ୍ୟାଲୋରୀ ରହିଛି । ଚାଇନିଜ ହର୍ବାଲ ଥେରାପିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । 

୨-ତ୍ୱଚାକୁ ରଖେ ନରମ 

ଛଚିନ୍ଦ୍ରା ତ୍ୱଚାକୁ ନରମ ରଖେ । ଏହା ମୃତ କୋଷିକାକୁ ରିମୁଭ୍ କରେ । ଏହା ଏଜିଙ୍ଗ ପ୍ରୋସେସକୁ ମଧ୍ୟ ଧୀରେ କରେ । ଯାହା ଫଳରେ ଆପଣଙ୍କୁ ଖୁବ୍ ଶୀଘ୍ର ବୃଦ୍ଧାବସ୍ଥା ଛୁଇଁ ପାରିବ ନାହିଁ । 

୩-ଲିଭରକୁ ରଖେ ସୁସ୍ଥ

ଏହା ରୋଗମୁକ୍ତକାରୀ ହୋଇଥାଏ । ଛଚିନ୍ଦ୍ରା ଲିଭରକୁ ସୁରକ୍ଷା ପ୍ରଦାନ କରିଥାଏ । ଏତଦ୍ ବ୍ୟତୀତ ଏହା ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଜବୁତ କରିବାକୁ ସାହାଯ୍ୟ କରେ ଓ ଇନଫେକସନ ହେବାରୁ ରକ୍ଷା କରେ । 

୪-ପାଚନ ସିଷ୍ଟମ ରଖେ ସୁସ୍ଥ

ଯଦି ଆପଣଙ୍କୁ ଖୁବ୍ ଜୋରରେ ଜ୍ୱର ହୋଇଛି ତେବେ ଛଚିନ୍ଦ୍ରା ଏଥିରୁ ଆପଣଙ୍କୁ ଆଶ୍ୱସ୍ତୀ ଦିଏ । ଏତଦ୍ ବ୍ୟତୀତ ଶରୀରରୁ ଟାକ୍ସିନ୍ସ ବାହାରକୁ ବାହାର କରିଦିଏ । ଯାହାଫଳରେ ପାଚନ ସିଷ୍ଟମ ସୁସ୍ଥ ରୁହେ ।