Home > ଲାଇଫ ଷ୍ଟାଇଲ
ସୁସ୍ଥ ଶରୀର ପାଇଁ ସେବନ କରନ୍ତୁ ହଳଦୀ ମିଶା କ୍ଷୀର, ଦୂର ହେବ ଅନେକ ସମସ୍ୟା
Khabar Odisha:lifestyle-Odisha-Amazing-Health-benefits--turmeric-milk-home-remedies
ଭୁବନେଶ୍ୱର, ନଭେମ୍ବର ୨୭(ଖବର ଓଡ଼ିଶା):

ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ହଳଦୀ କ୍ଷୀର । ଦେହ ଦରଜ ସହ ଥଣ୍ଡାକାଶ ପାଇଁ ହଳଦୀ ମିଶାଇ ଉଷୁମ କ୍ଷୀର ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଯଦି ଆପଣଙ୍କୁ ଥକ୍କାପଣ ଅନୁଭବ ହେଉଥିବ ତାହେଲେ ମଧ୍ୟ ଏହି ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ସତେଜ ଆପଣ ଅନୁଭବ କରିବେ । 

ହଳଦୀ ମିଶା କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ମିଳିଥାଏ । ଆପଣଙ୍କ ହାଡ଼ ଦରଜ ହେଉଛି ତେବେ ଏକ ଗ୍ଲାସ ଗରମ କ୍ଷୀରରେ ହଳଦୀ ଅଧା ଚାମଚ ମିଶାଇ ପିଅନ୍ତୁ ଦେଖିବେ ଆପଣଙ୍କ ଦରଜ କମ ହୋଇଯିବ । ହଳଦୀ ମିଶା କ୍ଷୀର ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଉପଷମ ଦେଇଥାଏ । କ୍ଷୀରରେ ହଳଦୀ ମିଶାଇବା ଦ୍ୱାରା ସେଥିରେ ଅନେକ ପୋଷକ ତତ୍ୱ ରହୁଛି । 

କ୍ଷୀରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଥାଏ । ହଳଦୀରେ ମଧ୍ୟ ଆଣ୍ଟିଅକ୍ସିଡେଣ୍ଟସ ରହୁଛି । ଫଳରେ ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ଦୂର ହୋଇଯାଇଥାଏ । ଫଳରେ ଆପଣ ସୁସ୍ଥ ଅନୁଭବ କରିଥାଏ । ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ଚର୍ମ ସମସ୍ୟାରୁ ମଧ୍ୟ ସାମାନ୍ୟ ମୁକ୍ତି ମିଳି ପାରିବ ।

  • Tags: