Home > ଲାଇଫ ଷ୍ଟାଇଲ
ବ୍ଲଡ଼ ସୁଗାର ସହ ଡାଇବେଟିସ ସମସ୍ୟା ଦୂର କରେ ନାଲି ଚା
Khabar Odisha:lifestyle-Odisha-Amazing-Health-benefits-of-black-tea
ଭୁବନେଶ୍ୱର, ସେପ୍ଟେମ୍ବର ୧୭(ଖବର ଓଡ଼ିଶା):

ସାଧାରଣତଃ କେତେକ ଲୋକଙ୍କୁ ଚା ପିଇବାକୁ ପସନ୍ଦ ଥାଏ ଓ କେତେକଙ୍କୁ ପସନ୍ଦ ନଥାଏ । କିନ୍ତୁ ନାଲି ଚା ପିଇବା ଦ୍ୱାରା କଣ ଫାଇଦା ମିଳିଥାଏ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା ନାଲି ଚା ପିଇବା ଦ୍ୱାରା ଶରୀରକୁ କଣ ଲାଭ ମିଳିଥାଏ .. 

ଜଣେ ବ୍ୟକ୍ତି ପ୍ରତିଦିନ ନାଲି ଚା ପିଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ପରିମାଣ ସନ୍ତୁଳିତ ରହିଥାଏ । ଏହା ସହ ନାଲି ଚା ପିଇଲେ ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହିଥାଏ । ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଡାଇବେଟିସ ଥିବା ବ୍ୟକ୍ତି, ନାଲି ଚା ସେବନ ଦ୍ୱାରା ଅନେକ ଲାଭ ପାଇପାରିବେ । ନାଲି ଚା ଡାଇବେଟିସକୁ ନିୟନ୍ତ୍ରିତ କରି ରଖିଥାଏ । 

ନାଲି ଚାରେ ଥିବା ପଲିଫେନଲ ଓ ଆଣ୍ଟିଅକ୍ସିଡେଣ୍ଟ ଟାଇପ ୨ ରହିଥାଏ । ତାହା ଶରୀରରେ ଡାଇବେଟିସ ସହ କ୍ୟାନ୍ସର ଭଳି ଘାତକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ନାଲି ଚାରେ ଫ୍ଲୋରାଇଡ଼ର ମାତ୍ରା ମଧ୍ୟ ରହିଥାଏ । ଏହା ଆମ ଶରୀରର ହାଡ଼ ଗୁଡ଼ିକୁ ମଧ୍ୟ ମଜବୁତ କରିଥାଏ । କିନ୍ତୁ ନାଲି ଚା ପିଇବାର ଏକ ବିଧି ରହିଛି । ନାଲି ଚାରେ ଚିନି ବହୁତ କମ ମାତ୍ରାରେ ପକାଇବେ କିମ୍ବା ସେଥିରେ ଅଳ୍ପ ମହୁ ପକାଇ ସେବନ କରିବେ । ସେଥିରେ ଅଦା ଓ ଗୋଲ ମରିଚ ପକାଇ ପିଇବା ଦ୍ୱାରା ମଧ୍ୟ ଶରୀର ପାଇଁ ହିତକାରକ ହୋଇଥାଏ ।

  • Tags: