Home > ଲାଇଫ ଷ୍ଟାଇଲ
ଦହି ଅପେକ୍ଷା ଛାଚ୍ ଶରୀର ପାଇଁ ଅଧିକ ଉପକାରୀ
Khabar Odisha:lifestyle-Odisha-Amazing-Health-benefits-of-Chass-then-Curd
ଭୁବନେଶ୍ୱର, ସେପ୍ଟେମ୍ବର ୧୬(ଖବର ଓଡ଼ିଶା):

ଦହି ଓ ଛାଚ୍ ସେବନ କରିବାକୁ ସମସ୍ତଙ୍କୁ ପସନ୍ଦ ଥାଏ । କିନ୍ତୁ ଏହି ଦୁଇଟି ଜିନିଷ ମଧ୍ୟରେ କେଉଁଟି ଆପଣଙ୍କ ଶରୀର ପାଇଁ ଅଧିକ ଲାଭଦାୟକ ଜାଣନ୍ତି କି? ବର୍ଷାଋତୁରେ ଦହି ଖାଇବା ଅପେକ୍ଷା ଛାଚ୍ ପିଇବା ଶରୀର ପାଇଁ ଭଲ ହୋଇଥାଏ । ଦହିରୁ ହିଁ ଏହି ଛାଚ୍ ବା ଚଲ୍ଲା ପ୍ରସ୍ତୁତ କରାଯାଇଥାଏ । ତେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଛାଚ୍ ଦହି ଠାରୁ ଉପାକରୀ କେମିତି ହେଲା ? 

ଦହିକୁ ମନ୍ଥନ କରି ଯେତେବେଳେ ଛାଚ୍ ପ୍ରସ୍ତୁତ କରାଯାଏ ତେବେ ସେଥିରେ ପରିବର୍ତ୍ତନ ହୋଇଥାଏ । ଛାଚ୍ କୁ ହଜମ କରିବାରେ ସହଜ ହୋଇଥାଏ । ଶରୀରକୁ ଦହି ଅପେକ୍ଷା ଛାଚ୍ ଅଧିକ ତାପମାତ୍ରା ଯୋଗାଇବାରେ ମଧ୍ୟ ସାହାର୍ଯ୍ୟ କରେ । ଏହା ସହ ଛାଚ୍ ଶୀଘ୍ର ହଜମ ହେଉଥିବାରୁ ଏହା ମସଲାଯୁକ୍ତ ଖାଦ୍ୟ ଖାଇବା ପରେ ସେବନ କଲେ ମଧ୍ୟ ଆରାମ ମିଳିଥାଏ।

ଛାଚ୍ ରେ ଭିଟାମିନ ବି୧୨, କ୍ୟାଲସିୟମ, ପୋଟାସିୟମ ଓ ଫସଫରସ ମଧ୍ୟ ରହିଥାଏ । ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଛାଚ୍ ଶରୀରରେ କଲେଷ୍ଟଲକୁ ମଧ୍ୟ ନିୟନ୍ତ୍ରିତ କରି ରଖିଥାଏ । ତେଣୁ ଛାଚ୍ ଦହିଠାରୁ ଅଧିକ ଲାଭଦାୟକ ହୋଇଥାଏ ।

  • Tags: