Home > ଲାଇଫ ଷ୍ଟାଇଲ
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିୱି ଫଳ, ଦୂର କରେ ରୋଗ
Khabar Odisha:lifestyle-Odisha-Amazing-Health-benefits-of-Kiwi-Fruit
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡ଼ିଶା):

ପୋଷକତତ୍ୱରେ ଭରପୁର ଥିବା କିୱି ଫଳ ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ । କିୱି ଖାଇବା ଦ୍ୱାରା ହୃଦରୋଗ ସହ ଜଡ଼ିତ ଥିବା ରୋଗ, ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିବା ସମସ୍ୟା ସହ ଆଖିରେ ଧୂଆଁଳିଆ ଦେଖାଯିବା ମଧ୍ୟ ଦୂର କରିଥାଏ । 

କିୱିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ । ଯାହା ଶରୀର ପାଇଁ ଅତି ଲାଭଦାୟକ । ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ପ୍ଲେଟଲେଟସ କାଊଣ୍ଟ ବୃଦ୍ଧିରେ ଏହା ଭଲ କାମ କରିଥାଏ । ତେଣୁ ଷହଙ୍ଗୁ ରୋଗୀ ଅମୃତଭଣ୍ଡା ପତ୍ର ରସ ସହ କିୱି ମଧ୍ୟ ଖାଇପାରିବେ । ଉଚ୍ଚ କଲେଷ୍ଟ୍ରୋଲକୁ ନିୟନ୍ତ୍ରଣ ରଖିବାରେ ମଧ୍ୟ କିୱି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେହିପରି ପ୍ରକୃତିକ ରୂପରେ ତ୍ୱଚାର ସୁନ୍ଦରତା ବୃଦ୍ଧି କରାଇବାରେ ମଧ୍ୟ କିୱି ଭଲ କାମ କରିଥାଏ । ୧୦୦ଗ୍ରାମ କିୱିରେ ୯୨.୭ ମିଲିଗ୍ରାମ ଭିଟାମିନ ରହିଥାଏ । ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦରତା ପ୍ରଦାନ କରିଥାଏ । କିୱି କେବଳ ସ୍ୱାଦିଷ୍ଟ ଓ ପୋଷକ ତତ୍ୱ ଥିବା ଫଳ ନୁହେଁ ଏଥିରେ ଫାଇଭର ଓ ଆଣ୍ଟିଅକ୍ସିଡେଣ୍ଟଓ ଭରପୁର ରହିଥାଏ । 

ପେଟ ସମସ୍ୟା କାରଣରୁ ଅନେକ ସମୟରେ ଶରୀରରେ ରୋଗ ଦେଖାଦେଇଥାଏ ।  କିୱିରେ ଥିବା ଫାଇଭର ଓ ପେଟ ସଫା ରଖିବା ଗୁଣ ମଧ୍ୟ ଆମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

  • Tags: