Home > ଲାଇଫ ଷ୍ଟାଇଲ
ସେବନ କରନ୍ତୁ ଚମତ୍କାରୀ ମେଥି ପାଣି, ଏହି ସବୁ ରୋଗରୁ ମିଳିବ ମୁକ୍ତି
Khabar Odisha:lifestyle-Odisha-Amazing-Health-benefits-of-fenugreek-water
ଭୁବନେଶ୍ୱର, ଅଗଷ୍ଟ ୨୬(ଖବର ଓଡ଼ିଶା):

ମେଥିକୁ ଆମେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଉ। ଏହା ସହ ମେଥି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଔଷଧ ଭାବେ କାମ କରିଥାଏ। ମେଥିକୁ ରାତିରେ ବତୁରାଇ ରଖି ସକାଳେ ଖାଲି ପେଟରେ ଚୋବାଇ ଚୋବାଇ ଖାଆନ୍ତୁ ଏବଂ ସେହି ପାଣିକୁ ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଷମ ମିଳିଥାଏ।

ମେଥି ଶରୀରରୁ ବିଷାକ୍ତ ପଦାର୍ଥବାହାର କରି ବୃକକକୁ ସୁସ୍ଥ ରଖିଥାଏ। ଏହା ଛଡ଼ା ଏହା ଅମ୍ଳପିତ୍ତ ଭଳି ଏସିଡ଼ିଟିରୁ ମଧ୍ୟ ମୁକ୍ତି ଦେଇଥାଏ। ମେଥିରେ କ୍ୟାରୋଟିନ୍,କପର,ଜିଙ୍କ୍,ସୋଡ଼ିୟମ୍,ଫଲିକ୍ଏସିଡ଼୍ ଏବଂ ମ୍ୟାଗ୍ନେସିୟମ୍ ଆଦି ଭଳି ବିଭିନ୍ନ ପ୍ରକାରର ପୋଷକ ତତ୍ୱ ରହିଛି ।

ଓଜନ କମାଇବାରେ ମଧ୍ୟ ମେଥି ଭଲ କାମ କରିଥାଏ । ରାତିରେ ମେଥିକୁ ବତୁରାଇ ସକାଳେ ଏହି ପାଣି ପିଇବା ଦ୍ୱାରା ସେଥିରେ ଥିବା ଆଣ୍ଟିଅକ୍ସଡେଣ୍ଟସ ଶରୀରର ଚର୍ବି କମ କରିବାରେ ସାହାର୍ଯ୍ୟ କରିଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ମେଥି ପାଣି ଅତି ଉପକାରୀ । ପ୍ରତିଦିନ ମେଥି ବତୁରା ପାଣି ପିଇବା ଦ୍ୱାରା ଡାଇବେଟିସରୁ ସାମାନ୍ୟ ଉପଷମ ମିଳିଥାଏ ।  \nଯେଉଁମାନେ ଉକ୍ତ ରକ୍ତଚାପରେ ଚିନ୍ତିତ ଅଛନ୍ତି ସେମାନଙ୍କପାଇଁ ମେଥି ଅତ୍ୟନ୍ତ ଲାଭଦାୟକ।

ରାତିରେ ମେଥିକୁ ବତୁରାଇ ରଖନ୍ତୁ ଓ ତାର ପାଣି ପିଅନ୍ତୁ । ଏହା ଦ୍ୱାରା  ଠିକ୍ ଭାବେ ରକ୍ତ ସଞ୍ଚାରିତ ହେବା ସହ ରକ୍ତଚାପରୁ ମୁକ୍ତି ମିଳିଥାଏ। ତ୍ୱଚା ଏବଂ ବାଳରେ ମେଥିକୁ ବାଟି ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ ଦେଖିବେ ବ୍ରଣ ଓ ବାଳ ଝଡ଼ିବା ସମସ୍ୟା ଦୂର ହେବ ।

  • Tags: