Home > ଲାଇଫ ଷ୍ଟାଇଲ
କୋଷ୍ଠ କାଠିନ୍ୟ ଦୂର କରେ ପାଚିଲା କଦଳୀ
Khabar Odisha:lifestyle-Odisha-banana-is-very-helpful-in-treating-piles-problempain-and-inflammation
ଭୁବନେଶ୍ୱର , ଅକ୍ଟୋବର ୧୮(ଖବର ଓଡ଼ିଶା):

ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟପାନୀୟର ନିୟନ୍ତ୍ରଣ ରହି ନଥାଏ । ସେହିପରି ପାଣି କମ ପିଇବା ଓ ଖାଦ୍ୟରେ ଫାଇଭରର କମ ରହିବା ଦ୍ୱାରା ଶରୀରରେ କୋଷ୍ଠ କାଠନ୍ୟ ଭଳି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାରୁ ମୁକ୍‌ୁଳିବାରେ ଆପଣଙ୍କୁ କଦଳୀ ବହୁତ ମାତ୍ରାରେ ସାହାଯ୍ୟ କରିପାରିବ । 

ସାଧାରଣତଃ କୋଠ କାଠିନ୍ୟ ହେବା ଦ୍ୱାରା ମନୁଷ୍ୟ ମସଲା ଯୁକ୍ତ ଖାଦ୍ୟ କମ ଖାଇବା ସହ ପାଣି ପ୍ରଚୁର ମାତ୍ରାରେ ପିଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏହା ସହ ଆପଣ କଦଳୀକୁ ମଧ୍ୟ ନିୟମିତ ଖାଇବା ଦ୍ୱାରା କୋଠ କାଠିନ୍ୟରୁ ମୁକୁଳି ପାରିବେ । ଫାଇଭର ପୂର୍ଣ୍ଣ ଖାଦ୍ୟ ଖାଇବା ଭଲ । ଏହା ଛଡ଼ା ହେଲଦି ଏକ୍ସରସାଇଜ ଓ ଭଲ ନିଦ ମଧ୍ୟ ଦରକାର । 

ପାଚିଲା କଦଳୀରେ କାର୍ବୋହାଇଡ୍ରେଟ ରହିଛି । ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଠିକ ରହିବ । କଦଳୀରେ ଫାଇଭର ମଧ୍ୟ ଭରପୁର ରହିଥାଏ । କଦଳୀରେ ନେଚୁରାଲ ମିଠା, ଏଣ୍ଟିବାୟୋଟିକ କ୍ୱାଲିଟି ରହିଛି । ଯାହା ଆଫେକ୍ଟେଡ଼ ଏରିଆରେ ବ୍ୟାକ୍ଟେରିଆ କମ କରାଇଥାଏ । ପାଇଲ୍ସରେ ହେଉଥିବା ବ୍ୟଥା ଓ ପୋଡ଼ାଜଳା ମଧ୍ୟ କଦଳୀ ଖାଇବା ଦ୍ୱାରା କମ ହୋଇଥାଏ ।

  • Tags: