Home > ଲାଇଫ ଷ୍ଟାଇଲ
ପେଟରେ ଜମି ରହିଥିବା ଚର୍ବି ପାଇଁ ଆପଣ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଧନିଆ ପତ୍ର ଦେଖିବେ ସୁଫଳ ମିଳିବ ..
Khabar Odisha:lifestyle-Odisha-coriander-leaf-for-weight-reduction
ଭୁବନେଶ୍ୱର, ଜୁଲାଇ ୨୯(ଖବର ଓଡ଼ିଶା):

ଆଜିକାଲି ସାଧାରଣତଃ ଲୋକମାନେ ପେଟରେ ଚର୍ବି ଜମିବା କାରଣରୁ ଚିନ୍ତିତ ରହୁଛନ୍ତି । କିନ୍ତୁ ଆପଣ ଏକ ସହଜ ଘରୋଇ ଉପାୟରେ ମଧ୍ୟ ନିଜ ମୋଟାପଣ ଓ ଚର୍ବିର ପରିମାଣ କମାଇ ପାରିବେ । ଧନିଆ ପତ୍ର ତ ସମସ୍ତେ ଜାଣିଥିବେ । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇବାରେ ସାହାଯ୍ୟ କରି ନଥାଏ, ଏହା ପେଟର ଚର୍ବି କମାଇବାରେ ମଧ୍ୟ କାମ କରିଥାଏ । 

ଧନିଆ ପତ୍ରରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ମିନେରାଲ୍ସ ରହିଥାଏ । ଯାହା ଆପଣଙ୍କ ଶରୀରରୁ ଓଜନ କମ କରାଇବାରେ ସାହାଯ୍ୟ କରିଥାଏ । ଧନିଆ ପତ୍ର ସେବନ ଦ୍ୱାରା ସପ୍ତାହରେ ଆପଣଙ୍କର ଓଜନ ଏକ କିଲୋ ପର୍ଯ୍ୟନ୍ତ କମ ହୋଇପାରିବ । ଏଥିରେ କ୍ୱେସରଟିନ ନାମକ ଏକ ବିଶେଷ ଆଣ୍ଟିଅକ୍ସିଡେଣ୍ଟ ତତ୍ୱ ଥିବାରୁ ଏହା ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହା ଏକ ଭଲ ଡିଟୋକ୍ସି ହୋଇଥାଏ ଯାହା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ଆସିଥାଏ । 

ଏକ କପ ପାଣିରେ ଧନିଆ ପତ୍ରକୁ ବତୁରାଇ ସକାଳ ଯାଏଁ ରଖନ୍ତୁ । ସେହି ଧନିଆ ପାଣିକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହା ପରେ ବତୁରା ହୋଇଥିବା ଧନିଆ ପତ୍ରକୁ ବାଟି ପେଷ୍ଟ କରିନିଅନ୍ତୁ । ଦୁଇ କପ ପାଣିରେ ସେହି ଧନିଆ ପତ୍ର ବଟାକୁ ପକାଇ ଏକ ଚାମଚ ଲେମ୍ବୁ ରସ ପକାଇ ଗୋଳାନ୍ତୁ । ଏହି ପରି ଭାବେ ଧନିଆ କାଢା ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ସେବନ କରନ୍ତୁ । 

  • Tags: