Home > ଲାଇଫ ଷ୍ଟାଇଲ
ହାଇ ବ୍ଲଡ଼ ପ୍ରେସର କେବଳ ହାଡ଼ରେ ନୁହେଁ ହୃତପିଣ୍ଡ ଓ ଆଖି ଉପରେ ମଧ୍ୟ ପକାଇଥାଏ ପ୍ରଭାବ
Khabar Odisha:lifestyle-Odisha-high-blood-pressure-affects-bones-and-eyes-along-with-heart
ଭୁବନେଶ୍ୱର, ଅଗଷ୍ଟ ୩୦(ଖବର ଓଡ଼ିଶା):

ସାଧାରଣତଃ ଲୋକଙ୍କ ବୟସ ବଢିବା ସାଙ୍ଗକୁ ଦୈନନ୍ଦୀନ ଜୀବନର ଚିନ୍ତାର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଯାହା ଦ୍ୱାରା ଲୋକଙ୍କ ଶରୀରରେ ବ୍ଲଡ଼ ପ୍ରେସର ବୃଦ୍ଧି ପାଇଥାଏ ।  ଲୋକଙ୍କ ଶରୀରରେ ଉଚ୍ଚ ରକ୍ତଚାପ ତଥା ହାଇପର ଟେନସନ ବୃଦ୍ଧି ପାଇବା କୁପ୍ରଭାବ ପକାଇଥାଏ । ଏହା ହୃତପିଣ୍ଡ ଓ ଆଖି ଓ ହାଡ଼ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । 

ପ୍ରତିଦିନର କାମର ଚାପ ତଥା କିଛି ମାନସିକ ଚାପ ଦ୍ୱାରା ହେଉଥିବା ବ୍ଲଡ଼ ପ୍ରେସର ଶରୀର ଉପରେ ଏପରି ପ୍ରଭାବ ପକାଏ ଯାହା ଦ୍ୱାରା ଅନେକ ଘାତକ ରୋଗର ଶିକାର ହେବାକୁ ପଡ଼ିଥାଏ  । ବ୍ଲଡ଼ ପ୍ରେସର ବଢିଗଲେ ପ୍ରତିଦିନ ମୁଣ୍ଡ ବିନ୍ଧା , ନିଶ୍ୱାସରେ କଷ୍ଟ ଅନୁଭବ କରିବା, ନିଦ ନ ଲାଗିବା ,ନାକରୁ ରକ୍ତ ବାହାରିବା ଓ ମୁଣ୍ଡ ବୁଲାଇବା ଭଳି ଲାଗିବା ହେଉଛି ରକ୍ତଚାପ ବୃଦ୍ଧିର ସମସ୍ୟା । କେବଳ ଏତିକି ନୁହେଁ ଉଚ୍ଚ ରକ୍ତଚାପ ଧିରେ ଧିରେ ବଢି ଛାତିରେ ଯନ୍ତ୍ରଣା ଅନୁଭବ ହେବା ସହ ହୃତପିଣ୍ଡର ସ୍ପନ୍ଦନରେ ଅନିୟମିତତା ଦେଖାଦେଇଥାଏ । ଫଳରେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ଶରୀରରେ ହୃଦରୋଗ ଦେଖାଦେଇଥାଏ ।  

ସମୟ ବଢିବା ସାଥିରେ ଉଚ୍ଚ ରକ୍ତଚାପ କାରଣରୁ ଲୋକଙ୍କ ମସ୍ତିଷ୍କରେ ରକ୍ତ ପ୍ରବାହ କମ ହେବାକୁ ଲାଗିଥାଏ । ହାଇପର ଟେନସନ ତଥା ଉଚ୍ଚ ରକ୍ତଚାପ ବୃଦ୍ଧି ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଉଚ୍ଚ ରକ୍ତଚାପ କାରଣରୁ ବ୍ୟକ୍ତିଙ୍କ ହାଡ଼ ଦୁର୍ବଳ ହୋଇଯାଇଥାଏ । ଫଳରେ ଔଷଧର ସାହାଯ୍ୟ ନେବାକୁ ପଡ଼ିଥାଏ । ତେଣୁ ଏପରି ରୋଗର ଆରମ୍ଭରୁ ହିଁ ନିୟନ୍ତ୍ରଣ କରାଯିବା ସ୍ୱାସ୍ଥ୍ୟ ପାଇଁ ଉଚିତ୍ ।

  • Tags: