ଭୁବନେଶ୍ୱର, ଜୁଲାଇ ୧୪(ଖବର ଓଡ଼ିଶା):
ଆଜି କାଲି ମେଦବହୁଳତା ସମସ୍ତଙ୍କ ଚିନ୍ତା ବଢାଇଲାଣି । ତେଣୁ ଅନେକ ବ୍ୟକ୍ତି ଡ଼ାଏଟ କରିବା ଆରମ୍ଭ କରିଛନ୍ତି । ଓଜନ କମାଇବା ସହ ପାଟିକୁ ସୁସ୍ୱାଦୁ କରାଇବା ଭଳି ଏକ ବ୍ୟଞ୍ଜନ ଓଟସ ଖିରୀ କିପରି ପ୍ରସ୍ତୁତ ହୁଏ ଆସନ୍ତୁ ଦେଖିବା ।
ସାମଗ୍ରୀ :
ସାଧା ଓଟସ: ଅଧା କପ
ପାଣି : ଦେଢ କପ
କ୍ଷୀର: ଏକ କପ
ଚିନି: ୪ଚାମଚ
କେସର : ଏକ ଚିମୁଟା
ଲୁଣ : ଏକ ଚିମୁଟା
ଅଳେଇଚ: ୧ଚାମଚ
ଅଳସୀ ମଞ୍ଜି: ୩ଚାମଚ
ଛୋଟ କଟା ବାଦାମ: ୩ଚାମଚ
କାଜୁ :୫୦ଗ୍ରାମ
ପ୍ରସ୍ତୁତି ପ୍ରଣାଳୀ: ଗ୍ୟାସ ଅନ କରି ସେଥିରେ ଏକ ପାତ୍ରରେ ଓଟସ ଓ ପାଣି ପକାଇ ସିଝାନ୍ତୁ । ଓଟସ ଯେପରି ଭଲ ଭାବେ ସିଝି ପାଣିରେ ମିଶିବ ସେହିପରି ସିଝାଇ ଗ୍ୟାସ ବନ୍ଦ କରି ଗୋଳାନ୍ତୁ । ପୁଣି ଗ୍ୟାସରେ ମିଶ୍ରଣଟି ବସାଇ ସେଥିରେ କ୍ଷୀର, ବାଦାମ, ଅଳେଇଚ ଗୁଣ୍ଡ , ଅଳସୀ ମଞ୍ଜି ଗୁଣ୍ଡ , ପକାଇ ଭଲ ଭାବେ ଗୋଳାନ୍ତୁ । ଅଳ୍ପ ଫୁଟିବା ପରେ ସେଥିରେ ଲୁଣ ଓ ଚିନି ପକାନ୍ତୁ । ଏହା ପରେ ଏହି ମିଶ୍ରଣକୁ ୨ମିନିଟ ଫୁଟାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଓଟସ ଖିରୀ । କାଜୁ ପକାଇ ଗରମା ଗରମ ପରଷନ୍ତୁ ।