Home > ଲାଇଫ ଷ୍ଟାଇଲ
ଉଚ୍ଚ ରକ୍ତଚାପ ପାଇଁ ଆପଣ ଚିନ୍ତିତ? ତେବେ ସେବନ କରନ୍ତୁ ଏହି ଫଳ ରସ
Khabar Odisha:lifestyle-Odisha-suffering-from-high-blood-pressure-and-hypertension-this-drink-can-help
ଭୁବନେଶ୍ୱର, ଅଗଷ୍ଟ ୦୨(ଖବର ଓଡ଼ିଶା):

ସାଧାରଣତଃ ଲୋକଙ୍କ ବୟସ ବଢିବା ସାଙ୍ଗକୁ ଦୈନନ୍ଦୀନ ଜୀବନର ଚିନ୍ତାର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଯାହା ଦ୍ୱାରା ଲୋକଙ୍କ ବ୍ଲଡ଼ ପ୍ରେସର ବୃଦ୍ଧି ପାଇଥାଏ ।  ଉଚ୍ଚ ରକ୍ତଚାପ ତଥା ହାଇପର ଟେନସନ ବୃଦ୍ଧି ପାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପକାଇଥାଏ । 

ପ୍ରତିଦିନର କାମର ଚାପ ଶରୀର ଉପରେ ଏପରି ପ୍ରଭାବ ପକାଏ ଯାହା ଦ୍ୱାରା ଅନେକ ଘାତକ ରୋଗର ଶିକାର ହୋଇଥାଉ । ବ୍ଲଡ଼ ପ୍ରେସର ବଢିଗଲେ ପ୍ରତିଦିନ ମୁଣ୍ଡ ବିନ୍ଧା , ମୁଣ୍ଡ ବୁଲାଇବା ଭଳି ଲାଗିବା ଓ ରକ୍ତଚାପ ବୃଦ୍ଧି ଭଳି ସମସ୍ୟା ଦେଖାଦିଏ । ଫଳରେ ଔଷଧର ସାହାଯ୍ୟ ନେବାକୁ ପଡ଼ିଥାଏ । ତେଣୁ ଏପରି ରୋଗର ଆରମ୍ଭରୁ ହିଁ ନିୟନ୍ତ୍ରଣ କରାଯିବା ସ୍ୱାସ୍ଥ୍ୟ ପାଇଁ ହିତକାରକ । 

ଡାଳିମ୍ବ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପରୁ ଉପଷମ ମିଳିଥାଏ । ପ୍ରତିଦିନ ଡାଳିମ୍ବ ଜୁସ ପିଇବା ଦ୍ୱାରା ଆପଣ ଉଚ୍ଚ ରକ୍ତଚାପୁ ମୁକ୍ତି ପାଇପାରିବେ । ଡାଳିମ୍ବରେ ଭରପୁର ଭିଟାମିନ ଓ ପୋଟାସିୟମ ରହିଥାଏ । ଯାହା ରକ୍ତ ସଂଚାଳନକୁ ସୂଚାରୁ ରୂପେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ରକ୍ତଚାପ ବୃଦ୍ଧି କରୁଥିବା ଏଞ୍ଜିଓଟେସିନ କନଭଟିଙ୍ଗ ଏନଜାଇମ ସହ ଡାଳିମ୍ବ ରସ ଲଢିଥାଏ ।  

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରି ରଖିବା ପାଇଁ ପୋଟାସିୟମ ଓ ଭିଟାମିନ ସିରେ ଭରପୁର ଥିବା କମଳା ରସ ମଧ୍ୟ ଉପକାରୀ ହୋଇଥାଏ । ବିଟ ରସ ମଧ୍ୟ  ଉଚ୍ଚ ରକ୍ତଚାପ ପାଇଁ ଅନେକ ଲାଭଦାୟକ । 

  • Tags: