Home > ଲାଇଫ ଷ୍ଟାଇଲ
କୋଲେଷ୍ଟ୍ରୋଲ ହ୍ରାସ କରେ ଗ୍ରୀନ ମଟର
Khabar Odisha:lifestyle-health-odisha-surprising-health-benefits-of-green-peas
ଭୁବନେଶ୍ୱର, ଅଗଷ୍ଟ ୧୭ (ଖବର ଓଡିଶା) :

ପଲଉର ଟେଷ୍ଟ ବଢାଇବା ପାଇଁ ଆମେ ବହୁ ପ୍ରକାରର ପରିବା ବ୍ୟବହାର କରୁ । ଏଥିରେ ମଟର ମଧ୍ୟ ବ୍ୟବହାର କରାଯାଏ । ତେବେ ଏହି ମଟର ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଏଥିରେ ବହୁ ପ୍ରକାରର ପୋଷକ ତତ୍ୱ ରହିଛି । ତେବେ ଜାଣନ୍ତୁ ମଟରର କେତେକ ଗୁଣ ବିଷୟରେ-

ପୋଷକ ତତ୍ତ୍ୱରେ ଭରପୁର

ମଟର ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଏହା ହାର୍ଟ ସମ୍ବନ୍ଧିତ ସମସ୍ୟା ଦୂର କରେ । ଏଥିରେ ପ୍ରୋଟିନ ଏବଂ ଭିଟାମିନ୍ ବହୁ ମାତ୍ରାରେ ଥାଏ । ହାଡକୁ ମଧ୍ୟ ମଜବୁତ କରେ । 

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ମଟର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହାକି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ । ଏହା ଆପଣଙ୍କୁ ରୋଗରୁ ମୁକ୍ତ କରେ । 

ସୁଗାର ନିୟନ୍ତ୍ରଣ କରେ

ମଟର ସୁଗାର ମାତ୍ରାରେ ନିୟନ୍ତ୍ରଣ କରେ । ଏହା ଦ୍ୱାରା ଡାଇବେଟିସ୍ ହେବା ଆଶଙ୍କା କମ୍ ହୋଇଥାଏ । 

ହାଡ ମଜବୁତ କରେ

ମଟରରେ କ୍ୟାଲସିଅମ୍ ଏବଂ ଜିଙ୍କ ଥାଏ । ଏହା ହାଡକୁ ମଜବୁତ କରେ ।