Home > ଲାଇଫ ଷ୍ଟାଇଲ
ଆଚାରୀ ପୋଟଳ ରେସିପି
Khabar Odisha:lifestyle-odisha-Achaari-Parwal-Recipe
ଭୁବନେଶ୍ଵର, ଜାନୁଆରୀ ୨୪ (ଖବର ଓଡ଼ିଶା) :

ଆଚାରୀ ପୋଟଳ ରେସିପି ଖାଇବାକୁ ଖୁବ୍ ସ୍ଵାଦିଷ୍ଟ। ଏହାକୁ ରୋଟି କିମ୍ବା ପରଟା ସହ ପରଷି ପାରିବେ। ଏହାକୁ ସାଇଡ୍ ଡିଶ୍ ଭାବରେ ମଧ୍ୟ ପରଷି ପାରିବେ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ। 

ଆବଶ୍ୟକୀୟ ସାମଗ୍ରୀ- ୪୦୦ଗ୍ରାମ୍ ପୋଟଳ, ୩ଟି ଆଳୁ, ୧ଟି ପିଆଜ, ୧ଟି ଟମାଟୋ, ୨ଚାମଚ ସୋରିଶ ତେଲ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଅମଚୁର ଗୁଣ୍ଡ, ଲୁଣ ସ୍ଵାଦ ଅନୁସାରେ, ୧ଚାମଚ ଧନିଆ ଗୁଣ୍ଡ, ଅଧା ଚାମଚ ଜିରା, ଅଧା ଚାମଚ ମେଥି ଦାନା, ୩ଟି କଞ୍ଚାଲଙ୍କା, ୧ଟିସ୍ପୁନ ମସଲା ଗୁଣ୍ଡ, ୧ଟିସ୍ପୁନ ଗରମ ମସଲା। 

ବିଧି- ଆଳୁ ପୋଟଳକୁ ପ୍ରଥମେ ସିଧା ସିଧା କରି ସରୁ ସରୁ କାଟି ଦିଅନ୍ତୁ। ପିଆଜକୁ କାଟି ଦିଅନ୍ତୁ। ଏବେ ତାୱା ଗରମ କରି ତେଲ ଗରମ କରନ୍ତୁ। ଏଥିରେ ଜିରା, ମେଥି ଦାନା ପକାନ୍ତୁ, ଏହାପରେ କଟା ପିଆଜ ପକାନ୍ତୁ। ଏହାପରେ ଏଥିରେ କଟା ଆଳୁ ପୋଟଳ ପକାନ୍ତୁ। ଏଥିରେ ହଳଦୀ ଓ ଲୁଣ ପକାନ୍ତୁ। ଅଳ୍ପ ଭାଜି ହେବାପରେ କଟା ଟମାଟୋ ପକାନ୍ତୁ। ଏହାକୁ ୪ରୁ ୫ ମିନିଟ୍ ଯାଏଁ ଭାଜନ୍ତୁ। ଏବେ ଏଥିରେ ମସଲା ଗୁଣ୍ଡ, ଆମଚୁର ଗୁଣ୍ଡ ପକାନ୍ତୁ। ମସଲା ମିଶାଇବା ପାଇଁ ଅଳ୍ପ ପାଣି ପକାନ୍ତୁ। ୫ ମିନିଟ୍ ଯାଏଁ ଏହାକୁ ଢାଙ୍କୁଣିରେ ଢାଙ୍କି ଦିଅନ୍ତୁ। ୫ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏଥିରେ ଉପରୁ କଟା ଧନିଆ ପକାଇ ଗାର୍ଣ୍ଣିସ୍ କରି ଦିଅନ୍ତୁ। ଏହାକୁ ଏବେ ଗରମା ଗରମ ପରଷି ଦିଅନ୍ତୁ।