Home > ଲାଇଫ ଷ୍ଟାଇଲ
ଆଜି ହିଁ ପ୍ରସ୍ତୁତ କରନ୍ତୁ ଚଟପଟା ଟମାଟୋ ପାଚଡି
Khabar Odisha:lifestyle-odisha-Tomato-Pachadi-How-To-Make-Tomato-Pachadi
ଭୁବନେଶ୍ଵର, ନଭେମ୍ଵର ୨୪ (ଖବର ଓଡିଶା) :

ଖଟା ପସନ୍ଦ କରିଥିବା ଲୋକମାନଙ୍କ ପାଇଁ ଆପଣ ଟମାଟୋ ଓ ଦହିର ମିଶ୍ରଣରେ ଏକ ସୁନ୍ଦର ଡିସ୍ ପ୍ରସ୍ତୁତ କରି ଖୁଆଇ ପାରିବେ। ତେବେ ମନେ ରଖନ୍ତୁ ଏହି ବ୍ୟଞ୍ଜନ ପାଇଁ ଆପଣଙ୍କୁ ତାଜା ଦହି ଓ ବହଳା ଦହିର ଆବଶ୍ୟକ ପଡିବ। ଏହାକୁ ପ୍ରସ୍ତୁତ କରିବା ଯେତିକି ସହଜ ସେତିକି କମ୍ ପରିଶ୍ରମ ମଧ୍ୟ। ତେଣୁ ଆଜି ହିଁ ପ୍ରସ୍ତୁତ କରନ୍ତୁ ଟମାଟୋ ପାଚଡି। 

ଆବଶ୍ୟକୀୟ ସାମଗ୍ରୀ- ୧ଟି ଟମାଟୋ, ୧ କପ୍ ତାଜା ଦହି, ୨ଟି ସ୍ପୁନ କଞ୍ଚାଲଙ୍କା, ଲୁଣ ସ୍ଵାଦଅନୁସାରେ, ୨ ଟିସ୍ପୁନ ତେଲ, ୨ ଟି ସ୍ପୁନ ଶୋରିଷ, ଏକ ଚୁଟକି ହେଙ୍ଗୁ, ୮ରୁ ୧୦ଟି ଭୁରୁସୁଙ୍ଗା ପତ୍ର, କଟା ଧନିଆ

ବିଧି- ଏକ ପାତ୍ରରେ ପାଣି ନେଇ ଟମାଟୋକୁ ସିଝାଇ ଦିଅନ୍ତୁ। ୧୦ ମିନିଟ୍ ପରେ ଏହାକୁ ଥଣ୍ଡା କରି ନିଅନ୍ତୁ। ଏହାପରେ ଏହାକୁ ସାମାନ୍ୟ ଚକଟି ଦିଅନ୍ତୁ। ଏବେ ଦହି କଞ୍ଚାଲଙ୍କା, ଲୁଣ ପକାଇ ମିସାଇ ଦିଅନ୍ତୁ। ଏବେ ତଡକା ପାଇଁ ପ୍ରସ୍ତୁତି କରନ୍ତୁ। ଏକ ଛୋଟ ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ଶୋରିଷ ପକାନ୍ତୁ। ଏବେ ଭୁରୁଶୁଙ୍ଗା ପତ୍ର ଓ ହେଙ୍ଗୁ ପକାନ୍ତୁ। ଫୁଟଣ ଫୁଟିଗଲା ପରେ ଟମାଟୋ ଦହି ମିଶ୍ରଣକୁ ପକାଇ ଦିଅନ୍ତୁ। ଏହା ଉପରେ କଟା ଧନିଆ ପକାଇ ଏକ ପାତ୍ରରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟମାଟୋ ଦହି ପାଚଡି।