Home > ଲାଇଫ ଷ୍ଟାଇଲ
ଝଟପଟ୍ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଆଳୁ ମଟର ମୁଗଲାଇ
Khabar Odisha:lifestyle-odisha-aloo-matar-mughlai-yum-recipe
ଭୁବନେଶ୍ଵର, ନଭେମ୍ଵର ୧୫ (ଖବର ଓଡିଶା) :

ଆଳୁ ମଟର ତରକାରୀ ଖାଇବାକୁ ପ୍ରାୟ ସମସ୍ତେ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଯଦି ଆପଣଙ୍କ ନିକଟରେ କମ୍ ସମୟ ରହିଛି ତେବେ ଆପଣ ଝଟପଟ୍ ଆଳୁ ମଟରରେ ପ୍ରସ୍ତୁତ ମୁଗଲାଇ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ-

ଆବଶ୍ୟକୀୟ ସାମଗ୍ରୀ- କ୍ଷୀର ୪୦ ମିଲି, କେସର ୧/୮ ଟିସ୍ପୁନ, ତେଲ ୩୦ ମିଲି, ଶୋରିଷ ୧ ଟିସ୍ପୁନ, ଜିରା ୧ ଟିସ୍ପୁନ, ଅଦା 1/2 ଟିସ୍ପୁନ, ରଶୁଣ ୧ 1/2 ଟିସ୍ପୁନ, କଞ୍ଚାଲଙ୍କା ୧ ଟିସ୍ପୁନ, ଭୁରୁସୁଙ୍ଗା ପତ୍ର ୬ଟି, ପିଆଜ ୧୭୦ ଗ୍ରାମ, ଟମାଟ ୨୫୦ ଗ୍ରାମ, ଦହି 1/2ଟେବୁଲ ସ୍ପୁନ, ହଳଦୀ 1/2 ଟିସ୍ପୁନ, ଲଙ୍କାଗୁଣ୍ଡ ୧ ଟିସ୍ପୁନ, ଲୁଣ ସ୍ଵାଦ ଅନୁସାରେ, ଧନିଆ ପାଉଡର ୧ 1/2 ଟିସ୍ପୁନ, ଆଳୁ ୫୨୦ ଗ୍ରାମ, ମଟର ୩୦୦ ଗ୍ରାମ, ଗରମ ମସଲା ୧ ଟିସ୍ପୁନ, କଟା ଧନିଆ।

ବିଧି- ଏକ ପାତ୍ରରେ କ୍ଷୀର ଏବଂ କେସର ପକାଇ ୨୦ରୁ ୨୫ ମିନିଟ୍ ଯାଏଁ ରଖନ୍ତୁ। ଏହାପରେ କଢାଇରେ ତେଲ ଗରମ କରନ୍ତୁ। ଏଥିରେ ଶୋରିଷ, ଜିରା, ଅଦା, ରଶୁଣ, ଲଙ୍କା, ଭୁରୁସୁଙ୍ଗାପତ୍ର ପକାଇ ଭାଜନ୍ତୁ। ମସଲା ଅଳ୍ପ ବାଜି ହେଲା ପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହେଲାପରେ ଟମାଟ ପକାଇ ଭାଜନ୍ତୁ। ଏବେ ମଟର ପକାନ୍ତୁ ଓ ଦହି ପକାଇ ମଧ୍ୟମ ଆଞ୍ଚରେ ୫ରୁ ୭ମିନିଟ୍ ଭାଜନ୍ତୁ। ଏବେ କିଛି ହଳଦୀ ପକାନ୍ତୁ। ସବୁ କିଛି ଭଲରେ ଭାଜି ହେଲା ପରେ ଗରମ ମସଲା, ଧନିଆ ପାଉଡର ଓ ଲୁଣ ପକାନ୍ତୁ। ଓ ୩ରୁ ୫ ମିନିଟ୍ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ଏହାପରେ ଆଳୁ ପକାନ୍ତୁ। ଏହାକୁ ୧୨ରୁ ୧୫ ମିନିଟ୍ ଯାଏଁ ପାଣି ଦେଇ ଢାଙ୍କୁଣି ଦିଅନ୍ତୁ। ଆଳୁ ସିଝି ଗଲା ପରେ ଉପରେ କିଛି ଗରମା ମସଲା ପକାଇ ଘାଣ୍ଟନ୍ତୁ ଓ ଏହାକୁ ୩ ମିନିଟ୍ ପୁଣି ଥରେ ଢାଙ୍କୁଣୀ ବନ୍ଦ କରି ଦିଅନ୍ତୁ। ଏବେ ଏଥିରେ କଟା ଧନିଆ ପକାଇ ଗ୍ୟାସ ବନ୍ଦ କରି ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁ ମଟର ମୁଗଲାଇ।