Home > ଲାଇଫ ଷ୍ଟାଇଲ
ବାନାନା ଟି ପିଅନ୍ତୁ, ସୁସ୍ଥ ରୁହନ୍ତୁ
Khabar Odisha:lifestyle-odisha-banana-tea-is-also-healthy-with-taste-know-the-recipe
ଭୁବନେଶ୍ଵର, ନଭେମ୍ଵର ୨୨ (ଖବର ଓଡିଶା) :

 ପ୍ରାୟ ଅଧିକାଂଶ ଲୋକଙ୍କର ଚା ପିଇବାର ଅଭ୍ୟାସ ରହିଛି। କିଛି ଲୋକ କ୍ଷୀର ଚା ପିଇବାକୁ ପସନ୍ଦ କରନ୍ତି ତ କିଛି ଲୋକ, ଅଳେଇଚ ଚା, ନାଲି ଚା, ଗ୍ରୀନ ଟି, ଅଦା ଚା ପିଇବାକୁ ପସନ୍ଦ କରନ୍ତି। ତେବେ ଆପଣ ବାନାନା ଚା ବିଷୟରେ ବୋଧହୁଏ ଶୁଣି ନଥିବେ। ଏହା ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ଜାଣନ୍ତୁ ବାନାନା ଚାର ପ୍ରସ୍ତୁତି ପ୍ରଣାଳୀ ଓ ଏହାର ଉପକାରିତା ବିଷୟରେ। 

ସାମଗ୍ରୀ- ୨କପ୍ ପାଣି, ଚୋପା ଲାଗିଥିବା କଦଳୀ, ଅଧା ଟି ସ୍ପୁନ ଡାଳଚିନି, ୧ଟିସ୍ପୁନ ମହୁ।

ବିଧି- ଏକ କପରେ ପାଣି ଗରମ କରି ଏଥିରେ ଚୋପା ଲଗା କଦଳୀକୁ ୧୫ ମିନିଟ୍ ଫୁଟାନ୍ତୁ। ଏହାପରେ ଏହାକୁ ଏକ କପରେ ଢାଳି ନିଅନ୍ତୁ। ଟେଷ୍ଟ ପାଇଁ ଆପଣ ଏଥିରେ ଡାଳଚିନି ପାଉଡର ଏବଂ ମହୁ ମିଶାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବାନାନା ଟି। 

ଉପକାରିତା- ବାନାନା ଟି ସେବନ କରିବା ଦ୍ଵାରା ଭଲ ନିଦ ହୋଇଥାଏ।

-ହାର୍ଟ ସହ ଜଡିତ ସମସ୍ୟା ସମାଧାନ ହୁଏ।

-ମାଗ୍ନେସିୟମ, ପୋଟାସିୟମ୍, ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ଥିବା ବାନାନା ଟିରେ ପେଟ ସଫା ହୋଇଥାଏ। 

-ଏହା ଆପଣଙ୍କୁ ଚିନ୍ତାରୁ ମୁକ୍ତି କରେ।

-ଏଥିରେ ଭିଟାମିନ୍ ଏ, ବି, ପୋଟାସିୟମ ଦ୍ଵାରା ଆପଣଙ୍କର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।