Home > ଲାଇଫ ଷ୍ଟାଇଲ
ଶୀତଦିନେ ଖାଆନ୍ତୁ ଅଣ୍ଡା, ସମାଧାନ ହେବ ଏହି ସବୁ ସମସ୍ୟା
Khabar Odisha:lifestyle-odisha-benefits-of-eating-egg-during-winters
ଭୁବନେଶ୍ଵର, ନଭେମ୍ଵର ୨୧ (ଖବର ଓଡିଶା) :

ଅଣ୍ଡା ସ୍ଵାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଶୀତଦିନେ ଖୁବ୍ କମ୍ ଝାଳ ବାହାରେ। ତେଣୁ ମାଂସପେଶୀକୁ ଫୂର୍ତ୍ତି କରିବା ପାଇଁ ସରୀରକୁ ଗରମ କରିବା ଭଳି ଖାଦ୍ୟ ଖାଇବା ଉଚିତ୍। ତେଣୁ ଏଥିପାଇଁ ଅଣ୍ଡା ଠାରୁ ଆଉ କୌଣସି ଭଲ ସମାଧାନ ନାହିଁ। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ ଏବଂ ଓମେଗା-୩ ଫ୍ୟାଟି ଏସିଡ ରହିଛି। ଏହି ସବୁ ପୋଷକ ତତ୍ତ୍ଵ ଆମ ଶରୀର ପାଇଁ ନିତାନ୍ତ ଜରୁରୀ। ତେବେ ଜାଣନ୍ତୁ ଅଣ୍ଡାର କେତେକ ଗୁଣ-

ଓଜନ ନିୟନ୍ତ୍ରଣ କରେ-ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ଵାରା ଓଜନ ନିୟନ୍ତ୍ରଣ ରହେ।  

ଆଖି ପାଇଁ ଲାଭଦାୟକ- ଅଣ୍ଡାରେ କୈରୋଟିନାୟଡସ୍ ଆକି ପାଇଁ ଲାଭଦାୟକ। ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା ବୃଦ୍ଧ ଅବସ୍ଥାରେ ଦୃଷ୍ଟିଶକ୍ତି ଭଲ ରୁହେ।

ହାର୍ଟ ଷ୍ଟ୍ରୋକ- ଅଣ୍ଡା ଖାଇବା ଦ୍ଵାରା ବ୍ଲଡ ଭେସଲସରେ କୌଣସି ପ୍ରକାରର ବ୍ଲକେଜ ହୁଏ ନାହିଁ। ତେଣୁ ହାର୍ଟ ଷ୍ଟ୍ରୋକ ଭଳି ସମସ୍ୟା ହୋଇ ନଥାଏ। 

ଏନର୍ଜି ବୁଷ୍ଟର- ଶୀତଦିନେ ଅଳସପଣକୁ ଦୂରେଇ ରଖିବା ପାଇଁ ଅଣ୍ଡା ଖାଇବା ନିହାତି ଜରୁରୀ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଅଣ୍ଡାର ଧଳା ଆବରଣ ଖାଆନ୍ତୁ।

ପ୍ରୋଟିନରେ ଭରପୁର- ଅଣ୍ଡା ପ୍ରୋଟିନରେ ଭରପୁର। ଏହାକୁ ଖାଇବା ଦ୍ଵାରା ଆପଣଙ୍କ ସ୍କିନ ଭଲ ରୁହେ। 

ବ୍ରେଷ୍ଟ କ୍ୟାନସର ମୁକ୍ତ କରେ- ଯେଉଁ ମହିଳା ଅଣ୍ଡା ଖାଆନ୍ତି ସେମାନେ ସ୍ତନ କ୍ୟାନସର ହେବା ଠାରୁ ୫୦ ପ୍ରତିଶତ ମୁକ୍ତ ରୁହନ୍ତି।