Home > ଲାଇଫ ଷ୍ଟାଇଲ
ରୋଟି ସହ ପରଷନ୍ତୁ ଗରମା ଗରମ ଦହି ଭେଣ୍ଡି
Khabar Odisha:lifestyle-odisha-food-making-process-of-dahi-bhindi
ଭୁବନେଶ୍ଵର, ନଭେମ୍ଵର ୨୬ (ଖଵର ଓଡିଶା) :

 ଦହିରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଆମେ ଆଜି ଏକ ସୁନ୍ଦର ରେସିପି କହିବାକୁ ଯାଉଛି। ଯାହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ଏହାକୁ ଆପଣ ରୋଟି ସହ ମଧ୍ୟ ଖାଇ ପାରିବେ। ଯଦି ଆପଣଙ୍କ ନିକଟରେ କମ୍ ସମୟ ଅଛି ତେବେ ଏହାକୁ ପ୍ରସ୍ତୁତ କରିପାରିବେ। ତେଣୁ ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଭେଣ୍ଡି। 

ଆବଶ୍ୟକୀୟ ସାମଗ୍ରୀ- ୪କପ୍ ଭେଣ୍ଡି, ୨ ଟେବୁଲ ସ୍ପୁନ ତେଲ, ୧ ଟିସ୍ପୁନ ଜିରା, ୧ ଟିସ୍ପୁନ ଶୋରିଷ, ଶୁଖିଲା ଲଙ୍କା, ଭୁରୁସୁଙ୍ଗା ପତ୍ର, ୧ କପ୍ କଟା ପିଆଜ, ୧ ଶ୍ଚ କପ୍ କଟା ଟମାଟୋ, ୧ ଟେବୁଲ ସ୍ପୁନ ଲଙ୍କାଗୁଣ୍ଡ, ୧/୨ଟିସ୍ପୁନ ହଳଦୀ ପାଉଡର, ୧ କପ୍ ଦହି, ଶ୍ଚ କପ୍ ପାଣି, ଲୁଣ ସ୍ଵାଦ ଅନୁସାରେ, ଷ୍ଣ କପ୍ ନଡିଆ, ୨ ଟେବୁଲ ସ୍ପୁନ କାଜୁ। 

ବିଧି- କଢେଇରେ ତେଲ ଗରମ କରନ୍ତୁ। ଏଥିରେ ଭେଣ୍ଡି ପକାଇ ଭାଜନ୍ତୁ। ଭେଣ୍ଡି ଭାଜି ହୋଇଗଲା ପରେ ଏହାକୁ କାଢି ନିଅନ୍ତୁ। ଏବେ କଢେଇରେ ତେଲ ଗରମ କରନ୍ତୁ। ଏଥିରେ ଜିରା ଓ ଶୋରିଷ ପକାନ୍ତୁ। ଏହାପରେ କଞ୍ଚାଲଙ୍କା ଓ ଭୁରୁସୁଙ୍ଗା ପତ୍ର ପକାନ୍ତୁ। ଏବେ ପିଆଜ ପକାଇ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ପିଆଜ ଭାଜି ହୋଇ ଗଲାପରେ ଏଥିରେ କଟା ଟମାଟୋ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ନଡିଆ କାଜୁ ପେଷ୍ଟ ଓ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ। ଏବେ ସବୁ ମସଲାକୁ ୩ରୁ ୪ ମିନିଟ୍ ଭାଜି ନିଅନ୍ତୁ। ଏବେ ଦହି ଓ କିଛି ପାଣି ପକାଇ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ। ଏହାପରେ ଭଜା ଭେଣ୍ଡିକୁ ପକାନ୍ତୁ। ଏହାକୁ ୨ ମିନିଟ୍ ଧିମା ଆଞ୍ଚରେ ରଖି ଏବେ କଢାଇ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଦହି ଭେଣ୍ଡି।