Home > ଲାଇଫ ଷ୍ଟାଇଲ
ଡେଙ୍ଗୁ ରୋଗ ସହ ଲଢିବାକୁ ଶକ୍ତି ଯୋଗାଏ ନିମ୍ବରସ
Khabar Odisha:lifestyle-odisha-lifestyle-neem-juice-or-kadha-helps-in-fighting-dengue-fever
ଭୁବନେଶ୍ଵର, ଅକ୍ଟୋବର ୨୦ (ଖବର ଓଡିଶା) :

 ନିମ୍ବ ଖାଇବାକୁ ପିତା ହୋଇଥିଲେ ମଧ୍ୟ ଏଥିରେ ବହୁ ଔଷଧକାରୀ ଗୁଣ ରହିଛି। ନିମ୍ବରସରେ ଡାଇବେଟିସ୍, ବ୍ୟାକ୍ଟେରିୟା ଏବଂ ଭାଇରସ୍ ସହ ଲଢିବା ଗୁଣ ରହିଛି। ନିମ୍ବ ପତ୍ର, ଫଳ, ଚେର, ଛେଲିରେ ବହୁ ଶକ୍ତି ବର୍ଦ୍ଧକ ତତ୍ତ୍ଵ ରହିଛି। କେବଳ ସେତିକି ନୁହେଁ ଏଥିରେ ଡେଙ୍ଗୁ ସହ ଲଢିବା ପାଇଁ ମଧ୍ୟ ଶକ୍ତି ରହିଛି। 

ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟଲେଟସ୍ ସଂଖ୍ୟା ହ୍ରାସ ହୋଇଯାଏ। ଯାହାକି ମୃତ୍ୟୁର କାରଣ ସାବ୍ୟସ୍ତ ହୋଇଥାଏ। ନିମ୍ବରସ କାରଣରୁ ରକ୍ତରେ ପ୍ଲେଟଲେଟ ସଂଖ୍ୟା ବୃଦ୍ଧି ହୁଏ। ଏହା ରୋଗ ସହ ଲଢିବା ପାଇଁ ସାହାଯ୍ୟ କରୁଥିବା ହ୍ଵାଇଟ୍ ବ୍ଲଡ ସେଲକୁ ଶକ୍ତି ପ୍ରଦାନ କରେ। ଯାହାଦ୍ଵାରା ଡେଙ୍ଗୁ ସହ ଲଢିବା ପାଇଁ ଶକ୍ତି ମିଳେ। 

ଏହାକୁ ବ୍ୟବହାର କରିବା ପାଇଁ ଏକ ମୁଠା ନିମ୍ବପତ୍ର ନିଅନ୍ତୁ ଏହାକୁ ପେଶି ଦିଅନ୍ତୁ। ଏହି ରସକୁ ଏକ ଛଣାରେ ଛାଣି ଏକ ଗ୍ଲାସ ପାଣିରେ ମିଶାଇ ଦିଅନ୍ତୁ। ନିମ୍ବପତ୍ର ଅଧିକ ପିତା ହୋଇଥିବା କାରଣରୁ ଆପଣ କିଛି ମହୁ ମଧ୍ୟ ମିଶାଇ ପାରିବେ। ଏହା ଦ୍ଵାରା ଆପଣଙ୍କ ରକ୍ତ ସଫା ହେବ। ଲିଭର ଏବଂ କିଡନୀ ସୁସ୍ଥ ରହିବ। ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବରେ ହୋଇଥାଏ। ଜଣ୍ଡିସ୍ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।