Home > ଲାଇଫ ଷ୍ଟାଇଲ
ରାତ୍ରୀରେ ଭୋଜନରେ ପ୍ରସ୍ତୁତ କରନ୍ତୁ ଚଟପଟା ପଞ୍ଜାବି ଛୋଲେ
Khabar Odisha:lifestyle-odisha-punjabi-chhole-making-process
ଭୁବନେଶ୍ଵର, ଅକ୍ଟୋବର ୧୬ (ଖବର ଓଡିଶା) :

 ବ୍ୟସ୍ତ ବହୁଳ ଜୀବନରେ ରାତ୍ରୀରେ ଭୋଜନ ପ୍ରସ୍ତୁତ କରିବା ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟଦାୟକ ଭଳି ମନେହୁଏ। ଏଥିପାଇଁ କମ୍ ସମୟରେ କିଭଳି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ହେବ ସେଥିପାଇଁ ସମସ୍ତେ ଚିନ୍ତାରେ ପଡନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏଭଳି ଏକ ବ୍ୟଞ୍ଜନ ବିଷୟରେ କହିବାକୁ ଯାଉଛି ଯାହାକୁ ଆପଣ ଖୁବ୍ କମ୍ ସମୟ ମଦ୍ୟରେ କମ୍ ପରିଶ୍ରମରେ ପ୍ରସ୍ତୁତ କରିପାରିବେ। ଏହି ବ୍ୟଞ୍ଜନ ହେଉଛି ଚଟପଟା ପଞ୍ଜାବୀ ଛୋଲେ। 

ଆବଶ୍ୟକୀୟ ସାମଗ୍ରୀ- ୧ଟେବୁଲ ସ୍ପୁନ ତେଲ, ୨ ଟେବୁଲ ସ୍ପୁନ ଦେଶୀ ଘିଅ, ୧ ଟେବୁଲ ସ୍ପୁନ ଜିରା, ୨ ଟେବୁଲ ସ୍ପୁନ ରଶୁଣ, ୧/୨ ଟେବୁଲ ସ୍ପୁନ ଅଦା ରଶୁଣ ପେଷ୍ଟ, ୧ ଟେବୁଲ ସ୍ପୁନ ଲଙ୍କା ଗୁଣ୍ଡ, ୧ ଟେବୁଲ ସ୍ପୁନ ଧନିଆ ଗୁଣ୍ଡ, ୧ ଟେବୁଲ ସ୍ପୁନ ହଳଦୀ, ୧ ଟେବୁଲ ସ୍ପୁନ ଗରମ ମସଲା, ୧ ଟେବୁଲ ସ୍ପୁନ କଞ୍ଚା ଲଙ୍କା, ଶ୍ଛ କପ୍ ପିଆଜ, ୨ ଟେବୁଲ ସ୍ପୁନ ଟମାଟୋ, ୧ କପ୍ ଛୋଲେ, ସ୍ଵାଦ ଅନୁସାରେ ଲୁଣ, ଧନିଆ ପତ୍ର, ଶ୍ଚ ଟେବୁଲ ସ୍ପୁନ ଲେମ୍ବୁ ରସ।

ବିଧି- ପ୍ରଥମେ ତେଲ ଗରମ କରି ନିଅନ୍ତୁ। ଏଥିରେ କିଛି ଦେଶୀ ଘିଅ ମିଶାନ୍ତୁ। ତେଲ ଗରମ ହେଲା ପରେ ଜିରା, ରଶୁଣ ପେଷ୍ଟ, କଟା କଞ୍ଚାଲଙ୍କା, ପିଆଜ, ଟମାଟୋ ପକାନ୍ତୁ। ଏହା ଭଲ ଭାବରେ ଭାଜି ହେବାପରେ ବତୁରା ଯାଇଥିବା ଛୋଲେ ପକାନ୍ତୁ। ଏବେ ସ୍ଵାଦ ବଢାଇବା ପାଇଁ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ ପକାନ୍ତୁ। ଏହା ଭଲ ଭାବରେ କଷି ହେଲା ପରେ ଟମାଟୋ ପେଷ୍ଟ ପକାନ୍ତୁ। ସବୁ ତତ୍ତ୍ଵ ଭଲ ଭାବରେ ମିଶିଯିବା ପରେ ଏହାକୁ ୫-୭ ମିନିଟ୍ ଯାଏଁ କଷି ନିଅନ୍ତୁ। ଏହାପରେ ଏଥିରେ ଲେମ୍ବୁ ରସ ଓ କଟା ଧନିଆ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ପଞ୍ଜାବୀ ଛୋଲେ।