Home > ଲାଇଫ ଷ୍ଟାଇଲ
ଫ୍ରୁଟ କ୍ରିମ୍ ସହ ଛୋଟ ଛୋଟ ପାର୍ଟିକୁ ଆଉ ଟିକେ ମଜାଦାର କରନ୍ତୁ
Khabar Odisha:lifestyle-odisha-soft-sweet-and-tasty-fruit-cream-recipe
ଭୁବନେଶ୍ଵର, ନଭେମ୍ବର ୦୭ (ଖବର ଓଡିଶା) :

ଛୋଟ ଛୋଟ ପାର୍ଟିକୁ ଆଉ ଟିକେ ଖାସ୍ କରନ୍ତୁ ଫ୍ରୁଟ କ୍ରିମ ସହିତ ସ୍ଵାଦିଷ୍ଟ ସପ୍ଟ ଫ୍ରୁଟ କ୍ରିମ୍ ପ୍ରସ୍ତୁତ କରିବା ଖୁବ୍ ସହଜ। ଏହା ଖାଇବାକୁ ଯେତିକି ଟେଷ୍ଟି ଏହାର ପ୍ରସ୍ତୁତ ପ୍ରଣାଳୀ ଆହୁରି ସହଜ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତ କରିବା ଉପାୟ- 

ଆବଶ୍ୟକୀୟ ସାମଗ୍ରୀ- ହେଭି କ୍ରିମ- ୪୦୦ ଗ୍ରାମ, ପାଉର ଚିନି- ୭୦ ଗ୍ରାମ, ଅଳେଇଚ ପାଉଡର ୧ ଚାମଚ, କଦଳି ୧ଟା, ସେଓ ୧ଟା, ପାଚିଲା ଆମ୍ଵ ୧ଟି, ଅଙ୍ଗୁର ୧୦୦ ଗ୍ରାମ, କାଜୁ ୬ରୁ ୭ଟି, ବାଦାମ ୬ରୁ ୭ଟି, କିସମିସ୍ ୨ ଟେବୁଲ ସ୍ପୁନ। 

ବିଧି- ପ୍ରଥମେ କ୍ରିମରେ ଚିନି ପକାଇ ଭଲ ଭାବରେ ଗୋଳାନ୍ତୁ। ଯେପରି କ୍ରିମ ସହ ଚିନି ମିକ୍ସ ହୋଇଯିବ। ଧ୍ୟାନ ରଖିବେ ଯେପରି କ୍ରିମରୁ ଲହୁଣି ନବାହାରେ। ଏବେ ଏଥିରେ କଟା କଦଳୀ, ସେଓ, ଅଙ୍ଗୁରୁ, ବାଦାମ, କାଜୁ, କିସମିସ୍ ମିଶାନ୍ତୁ। ଏହି ମିଶ୍ରଣକୁ ୨ ଘଣ୍ଟା ଯାଏଁ ଫ୍ରିଜରେ ରଖି ନିଅନ୍ତୁ। ଆପଣଙ୍କର ଫ୍ରୁଟ କ୍ରମ ଏବେ ପ୍ରସ୍ତୁତ। ଏହାକୁ ଥଣ୍ଡା ଥଣ୍ଡା ପରଷି ଦିଅନ୍ତୁ।