Home > ଲାଇଫ ଷ୍ଟାଇଲ
ଏହି ସବୁ ଉପାୟରେ ସମାଧାନ କରନ୍ତୁ ଶୀତଦିନିଆ ସମସ୍ୟା
Khabar Odisha:lifestyle-odisha-solution-of-winter-problem
ଭୁବନେଶ୍ଵର, ଡିସେମ୍ଵର 04 (ଖବର ଓଡିଶା) :

ରୁପି ଠୁ ନେଇ ଓଠ ଫାଟିବା ଯାଏଁ, ଶୀତ ଦିନିଆ ସମସ୍ୟାକୁ ଏକ ଚୁଟକିରେ ଦୂର କରେ ଏହି ସବୁ ଉପାୟ। ଶୀତ ଦିନେ ଥଣ୍ଡା ପଡିବା ଆରମ୍ଭ ହେଲେ ତ୍ଵଚାକୁ ନେଇ ଚିନ୍ତା ଆରମ୍ଭ ହୋଇଯାଏ। କାରଣ ଥଣ୍ଡା ପଡିଲେ ଚର୍ମ ଶୁଷ୍କ ହୋଇଯାଏ। ଯାହାଫଳରେ ଆପଣଙ୍କୁ ଚିଡଚିଡା ଲାଗେ। ତେଣୁ ଆପଣମାନେ ଏହି ଉପାୟରେ ଥଣ୍ଡା ସମୟରେ ହେଉଥିବା ସମସ୍ୟାକୁ ଦୂର କରିପାରିବେ।

ଆଇବ୍ରୋରେ  ରୂପି ସମସ୍ୟା- ଏମିତିରେ କେଶରେ ରୂପି ହେବା ଏକ ମୁଖ୍ୟ ସମସ୍ୟା। କିନ୍ତୁ ଶୀତଦିନେ ଆଇବ୍ରୋରେ ଏହି ସମସ୍ୟା ଦେଖାଯାଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ରାତିରେ ମୁହଁ ଧୋଇବା ସମୟରେ ଆଇବ୍ରୋରେ ଫେସ୍ ଓ୍ଵାସ ଲଗାନ୍ତୁ। ଏହା ଦ୍ଵାରା ଆଇବ୍ରୋରେ ଶୁଷ୍କ ହୋଇ ଲାଗି ରହିଥିବା ଚର୍ମ  ବାହାରି ଯାଏ। ତେବେ ମନେ ରଖିବେ ଆପଣଙ୍କ ଆଇବ୍ରୋରୁ ଯେତେବେଳ ଯାଏଁ ସବୁ ରୂପି ବାହାରି ନ ଯାଇଛି ସେତେବେଳ ଯାଏଁ  ଆଇବ୍ରୋରେ କୌଣସି ପ୍ରକାରର ମେକଅପ୍ ଲଗାନ୍ତୁ ନାହିଁ।

ନାକର ରୁଖାପଣ ଓ ଫଟା ତ୍ଵାଚାର ସମସ୍ୟା- ବାହାରେ ଥଣ୍ଡା ଏବଂ ଘର ଭିତରେ ଗରମ ଥିବାରୁ ନାକ ଶୁଖିଯାଏ। ତ୍ଵାଚାକୁ ନରମ ରଖିବାକୁ ହାଇଡ୍ରେଟିଙ୍ଗ୍ ମଇଶ୍ଚୁଲାଇଜର୍ କିମ୍ଵା ସେରାମାଇଡସ୍ କ୍ରିମ୍ ଲଗାନ୍ତୁ। ଏଥିରେ ଆପଣଙ୍କ ତ୍ଵଚାର ରୁଖାପଣ ହଟିଯିବ।

ହାତ ଫାଟିବା ସମସ୍ୟା- ଶୀତ ଦିନେ ସବୁଠୁ ଅଧିକ ପ୍ରଭାବ ହାତ ଉପରେ ପଡିଥାଏ। ହାତରେ ଅଏଲ୍ ଗ୍ଲାଣ୍ଡର ପରିମାଣ ବହୁତ କମ୍ ଥାଏ। ବାରମ୍ଵାର ହାତ ଧୋଇବା ଫଳରେ ହାତର କୋମଳତା ମଧ୍ୟ ଚାଲି ଯାଇଥାଏ। ସେଥିପାଇଁ ବାହାରକୁ ବାହାରିବା ପୂର୍ବରୁ ହାତରେ ଗ୍ଲିସେରିନ୍ ଯୁକ୍ତ କ୍ରିମକୁ ବ୍ୟବହାର କରିବା ଉଚିତ୍। ଥଣ୍ଡା ଦିନରେ ଆପଣଙ୍କ କ୍ୟୁଟିକାଲ ମଧ୍ୟ ଫାଟିପାରେ, ସେଥିପାଇଁ ଆପଣ ବାଦାମ ତେଲ କିମ୍ବା କୁସୁମ ତେଲର ପ୍ରୟୋଗ କରନ୍ତୁ।

ଗୋଡରେ ଶୁଷ୍କ ଓ  ଟାଣ ଚର୍ମ ଫାଟିବା ସମସ୍ୟା- ହାତ ପରି ଗୋଡରେ ମଧ୍ୟ ଅଏଲ୍ ଗ୍ଲାଣ୍ଡର ପରିମାଣ ବହୁତ କମ୍ ଥାଏ, ସେଥିପାଇଁ  ଗୋଡରେ ମଧ୍ୟ ରୁଖାପଣ  ଦେଖିବାକୁ ମିଳେ। ତେଣୁ ଏହା ଟାଣ ହୋଇ ଶୁଖିକି ଫାଟିବାକୁ ଲାଗିଥାଏ। ସାଧାରଣତଃ  ଥଣ୍ଡା ଦିନରେ ଗରମ ପାଣିରେ ଗାଧୋଇ ଥାନ୍ତି  ତେଣୁ ଏହି ସମସ୍ୟା ଉପୁଜିଥାଏ। ସବୁବେଳେ ନଖ ଉଷୁମ ପାଣିରେ ଗାଧୋଇବା ଉଚିତ୍ ଏଥିରେ ଆପଣଙ୍କ ତ୍ଵଚା ସବୁ ସମୟରେ ନରମ ରହିବ। ଗାଧୋଇ ସାରିବା ପରେ ଦେହରେ ବଡି ବଟର ଲଗାଇବା ଦରକାର ଫଳରେ ଦେହ ସବୁ ବେଳ ପାଇଁ ନରମ ରହିବ।

ତ୍ଵାଚାରେ ତେଲିଆ ପଣ- ଥଣ୍ଡା ସମୟରେ  ତ୍ଵାଚାର ସବିମ୍ ରୁ ପ୍ରାକୃତିକ ରୂପରେ  ତେଲ ବାହାରି ଥାଏ। ସେଥିପାଇଁ ଅଳ୍ପ ମଇଶ୍ଚୁଲାଇଜର୍ କ୍ରିମ୍  ବ୍ୟବହାର କଲେ ମଧ୍ୟ ତ୍ଵଚା ତେଲିଆ ଲାଗିଥାଏ। ତେଣୁ ତ୍ଵଚାରେ ପିଏଚ୍ ର ସମତଳତା ରକ୍ଷା ପାଇଁ  ହାଇଡ୍ରେଟିଙ୍ଗ୍ ମଇଶ୍ଚୁଲାଇଜର୍  କ୍ରିମ ହିଁ ବ୍ୟବହାର କରନ୍ତୁ ।