Home > ଲାଇଫ ଷ୍ଟାଇଲ
ବର୍ଷା ପାଗରେ ଘରେ ପ୍ରସ୍ତୁତ କରି ଖାଆନ୍ତୁ ଟମାଟୋ ଚାଟ୍, ଜାଣନ୍ତୁ ଉପାୟ
Khabar Odisha:lifestyle-odisha-tamato-chat
ଭୁବନେଶ୍ୱର, ଅଗଷ୍ଟ ୧୨ (ଖବର ଓଡିଶା) :

ସନ୍ଧ୍ୟାରେ ଟିକେ ବୁଲିବା ଆଉ ଚାଟ୍ ଖାଇବା ସମସ୍ତଙ୍କର ପସନ୍ଦ । ତେବେ ଆଜି ଆମେ ଆପଣଙ୍କୁ ଆଳୁ ଚାଟ୍ ବ୍ୟତୀତ ଟମାଟୋ ଚାଟ୍ ବିଷୟରେ କହିବାକୁ ଯାଉଛୁ । ଏହା ଆପଣଙ୍କୁ ଶୁଣିବାକୁ ଟିକେ ଅଜବ ଲାଗୁଥିବ । ତେବେ ହଁ ଆଜ୍ଞା ଏହି ଚାଟ୍ ଖଟା ଖାଉଥିବା ଲୋକମାନଙ୍କୁ ବେଶ୍ ପସନ୍ଦ ଆସିବା ସହ ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ । 

ଜାଣନ୍ତୁ ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ- ୪ଟି କଟା ଟମାଟୋ, ୧/୨ କପ୍ ସିଝା ମଟର, ଏକ ସିଝା ଆଳୁ, ଏକ କଟା ପିଆଜ, ଏକ ଚାମଚ କଟା ଅଦା, କଟା କଞ୍ଚାଲଙ୍କା, କଟା ଯାଇଥିବା ଧନିଆ, ୧ ଚାମଚ ଲେମ୍ବୁ ରସ, ଏକ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ବିଟ ଲୁଣ, ଏକ ଚାମଚ ଜିରା ପଉଡର, ଉଚାମଚ ଗରମ ମସଲା, ସ୍ୱାଦ ଅନୁସାରେ ତେନ୍ତୁଳି ଚଟଣି, ସ୍ୱାଦ ଅନୁସାରେ ଧନିଆ ଚଟଣି, ସ୍ୱାଦ ଅନୁସାରେ ଲୁଣ, ତିନି ରୁ ଚାରି ଚାମଚ ତେଲ । 

ବିଧି- କଢେଇରେ ତେଲ ଗରମ କରନ୍ତୁ । ଏଥିରେ ଅଦା, କଞ୍ଚାଲଙ୍କା, ପିଆଜ ପକାଇ ବାଜନ୍ତୁ । ଏବେ ଟମାଟୋ ପକାଇ କିଛି ଲୁଣ ମିଶାଇ ୫ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହା ପରେ ଗରମ ମସଲା, ଲଙ୍କାଗୁଣ୍ଡ, ଜୀରା ପାଉଡର ପକାଇ ଭାଜନ୍ତୁ । ଏବେ ଆଳୁ ଓ ମଟର ପକାଇ ୨ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । 

ଏବେ ଧନିଆ ଚଟଣି, ଖଟା ମିଠା ଚଟଣି, ସବୁଜ ଧନିଆ, ବିଟ ଲୁଣ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଟମାଟୋ ଚାଟ୍ । ଏହାକୁ ଗରମ ଗରମ ପ୍ଲେଟରେ ପରଷି ଦିଅନ୍ତୁ ।