Home > ଲାଇଫ ଷ୍ଟାଇଲ
ଏଥର ଗଣେଶ ପୂଜାକୁ ଟିକେ ନିଆରା କରନ୍ତୁ ଓ ପ୍ରକୃତି ସଂରକ୍ଷଣ ଆଡକୁ ଗୋଟିଏ ପାଦ ଆଗକୁ ବଢାନ୍ତୁ
Khabar Odisha:national-odisha-lifestyle-ganesh-chaturthi-clay-plantable-cow-dung-idols
ଭୁବନେଶ୍ୱର, ଅଗଷ୍ଟ ୨୬ (ଖବର ଓଡିଶା) :

 ଆଗକୁ ଆସୁଛି ଗଣେଶ ପୂଜା । ଏଥିପାଇଁ ଚଳଚଞ୍ଚଳ ପୂଜା ବଜାର । କାରିଗରମାନେ ମଧ୍ୟ ମୂର୍ତ୍ତି ତିଆରି ପାଇଁ ବେଶ୍ ତତ୍ପର ହୋଇ ଉଠିଛନ୍ତି । ବଜାରରେ ଭଳିକି ଭଳି ଚକମକିଆ ଜରି ତିଆରି ଝାଲର ସହ ପ୍ଲାଷ୍ଟିକ ଫୁଲମାଳ, ଥର୍ମୋକୋଲ ଓ ଅନ୍ୟାନ୍ୟ ରଙ୍ଗବେରଙ୍ଗର ଜିନିଷ ମିଳୁଛି । ସମସ୍ତଙ୍କ ଠାରୁ ଭିନ୍ନ ହେବା ପାଇଁ ଏବଂ କିଛି ନୂଆ କରିବା ଆଶାରେ ମୂର୍ତ୍ତି କାରିଗରମାନେ ମଧ୍ୟ ବହୁ କେମିକାଲ ବ୍ୟବହାର କରି ମୂର୍ତ୍ତି ତିଆରି କରୁଛନ୍ତି । ତେବେ ଆପଣ କଣ କେବେ ଭାବିଛନ୍ତି ଏହି ଦେଖାଣିଆ ଚାକଚକ୍ୟ ପାଇଁ ଆମ ପ୍ରକୃତି ଉପରେ ଏହାର କେତେ କୁପ୍ରଭାବ ପଡୁଛି । ଏହା ଦ୍ୱାରା ଆମ ପରିବେଶ ପ୍ରଦୂଷଣ ହେଉଛି । ଏହି ପ୍ରଦୂଷଣ ପାଇଁ ପୃଥିବୀ ଆଜି ଉତ୍ତପ୍ତ ପିଣ୍ଡ ପାଲଟିବାକୁ ଯାଉଛି । ଯାହାକୁ ରୋକିବା ଆମର କର୍ତ୍ତବ୍ୟ । ଏଭଳି ସ୍ଥିତିରେ ଆମକୁ ପ୍ରକୃତି ଉପେଯାଗୀ ଉପାୟ ଆପଣେଇ ପୂଜା ପାଳନ କଲେ ଓ ଏହି ବାର୍ତ୍ତା ସମାଜକୁ ପ୍ରେରିତ କଲେ ବୋଧହୁଏ କିଛିଟା ସଚେତନତା ସୃଷ୍ଟି ହୋଇ ପାରିବ । ତେଣୁ ଏଥର ପୂଜାରେ ପର୍ଯ୍ୟାବରଣ ରକ୍ଷା ଆଡକୁ ଗୋଟିଏ ପାଦ ଆଗକୁ ବଢାନ୍ତୁ ଦେଖିବେ ଏହା ଧୀରେଧୀରେ ଏକ ମାନବ ଶୃଙ୍ଖଳରେ ପରିବର୍ତ୍ତନ ହେବ । 

ପ୍ରକୃତି ଅନୁକୂଳ ପାଇଁ ଏଥର ପୂଜାରେ ଆପଣାନ୍ତୁ ଏହି ସବୁ ଉପାୟ

୧-ମାଟି ନିର୍ମିତ ଗଣେଶଙ୍କ ପ୍ରତିମୂର୍ତ୍ତି

ଚଳିତ ବର୍ଷ ଆପଣ କୌଣସୀ ହାନିକାରକ ରଙ୍ଗ ଏବଂ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତ୍ତି ନକିଣି ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି କିଣି ପାରିବେ । ଫଳରେ ଉତ୍ସବ ପାଳନ ପରେ ଆପଣ ସହଜରେ ଏହାକୁ ଘର ବଗିଚାରେ, ପାର୍କରେ କିମ୍ବା କୌଣସୀ ଜଳାଶୟରେ ବିସର୍ଜନ କରିପାରିବେ । 

୨-ପ୍ଲାଣ୍ଟେବୁଲ ଗଣପତି

ଆପଣ ଏଥର ପୂଜାରେ ପ୍ଲଣ୍ଟେବୁଲ ଗଣପତି ବ୍ୟବହାର କରି ପାରନ୍ତି । ସିଡ ପେପର ଇଣ୍ଡିଆ ଚଳିତ ବର୍ଷ ପ୍ଲାଣ୍ଟେବୁଲ ଗଣପତି ନିର୍ମାଣ କରିଛି । ଯେଉଁଥିରେ ସେମାନେ ତୁଳସୀ ଗଛ ଲଗାଇଛନ୍ତି । ଏହା ଦ୍ୱାରା ଆପଣ ପାଣିରେ ବିସର୍ଜନ କରିବା ବଦଳରେ ମାଟିରେ ପୋତି ପାରିବେ । ଯେଉଁଥିରୁ ଏକ ବୃକ୍ଷ ସୃଷ୍ଟି ହେବ । 

୩-ଗୋବରରେ ନିର୍ମିତ ଗଣପତି

ଆମେ ଜାଣିଛେ ଗୋବର ପରିବେଶ ପାଇଁ ବେଶ୍ ଉପେଯାଗୀ । ଏହା ଦ୍ୱାରା ଆପଣ ମୃତ୍ତିକା ଉର୍ବର କରି ପାରିବେ । ପୂଜା ପରେ ମୂର୍ତ୍ତି ପାଣିରେ ବିସର୍ଜନ କରିବା ବଦଳରେ ଆପଣଙ୍କ ବଗିଚାରେ କେଉଁଠାରେ ପୋତି ଦେଲେ ଏହା ଉର୍ବର କରିବାର କାମ କରିବ । 

୪-ପ୍ରତି ବର୍ଷ ଗୋଟିଏ ମୂର୍ତ୍ତିରେ କରନ୍ତୁ ପୂଜା

ପ୍ରତି ବର୍ଷ ନୂଆ ମୂର୍ତ୍ତି ପୂଜା କରିବା ଉଚିତ୍ କହିବା ଭୁଲ । ପୂଜା ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ କରାଯାଏ । ଯଦି ଆପଣ କୌଣସୀ ଧାତୁ ନିର୍ମିତ ମୂର୍ତ୍ତି ବ୍ୟବହାର କରୁଛନ୍ତି ତେବେ ପୂଜା ପରେ ଆପଣ ଏହାକୁ ଘରେ ସମ୍ଭାଳି ରଖି ପାରିବେ ଏବଂ ପର ବର୍ଷ ପୁଣି ପୂଜା କରି ପାରିବେ । ଏଥିରେ ଆପଣଙ୍କର ଆସ୍ଥାର କୌଣସୀ ପରିବର୍ତ୍ତନ ହେବ ନାହିଁ ।